ହରଭଙ୍ଗା: ମହାନଦୀରେ ବନ୍ୟାଜଳ ବୃଦ୍ଧି ଯୋଗୁଁ ହରଭଙ୍ଗା ବ୍ଲକ କୁଶଙ୍ଗ ବନ୍ୟପ୍ରାଣି ଅଭୟାରଣ୍ୟ ମଧ୍ୟରେ ଥିବା ମାରଡା ଗାଁ ଶୁକ୍ରବାର ଠାରୁ ପାଣିଘେରରେ ରହିଥିଲା । ଏ ସର୍ମ୍ପକୀତ ଖବର ସମାଜରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନିକ ଟିମ ସଦଳବଳେ ଶନିବାର ସକାଳେ ମାରଡା ଗାଁରେ ପଂହଚିଥିଲା । ହରଭଙ୍ଗା ତହସିଲଦାର ବଳଦେବ ବେହେରା , ହରଭଙ୍ଗା ଏ.ବି.ଡି.ଓ ସରୋଜ କୁମାର ପ୍ରଧାନ,ଜି.ପି.ଡି.ଓ ଜତୀନ କୁମାର ମିଶ୍ର ପ୍ରମୂଖ ଉଦଣ୍ଡୀ ନାଳରେ ପହଞ୍ଚିଥିଲେ। ସାଙ୍ଗରେ ନେଇଥିବା ଚାଉଳ,ଡାଲି,ତେଲ ବିସ୍କୁଟ ଆଦି ଶୁଖିଲା ଖାଦ୍ୟ ବୋଟ ସାହାଯ୍ୟରେ ନାଳ ପାର କରାଯାଇ ଗାଁ ଲୋକଙ୍କୁ ତିନି ଦିନ ପାଇଁ ରିଲିଫ ବଣ୍ଟନ କରାଯାଇଥିଲା । ପରେ ମେଡିକାଲ ଟିମ୍ ଗାଁରେ ପହଞ୍ଚି ଲୋକଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣାରେ ଔଷଧ ପତ୍ର ବଣ୍ଟନ କରିଥିଲେ।
Popular Categories



