www.samajalive.in
Friday, December 5, 2025
23.1 C
Bhubaneswar

ଲାଲକିଲ୍ଲା ପରିସରରୁ ୧ କୋଟିର କଳସ ଚୋରି ; ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ!

ନୂଆଦିଲ୍ଲୀ : ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପରିସରରେ ଚୋରିର ଏକ ଘଟଣା ଏବେ ହଇଚଇ ସୃଷ୍ଟି କରିବା ସହ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପରିସରରୁ କୋଟିଏ ଟଙ୍କା ମୂଲ୍ୟର ହୀରା ଲାଗିଥିବା ସୁନା କଳସ ଚୋରି ହୋଇଥିବା ମାମଲା ଶନିବାର ସାମ୍ନାକୁ ଆସିଥିଲା ।

ମିଳିଥିବା ସୂଚନାନୁଯାୟୀ, ଲାଲକିଲ୍ଲା ପରିସରରେ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା। ସେହି ସମୟରେ ଏହି କଳସ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଖବର ଜଣାପଡିବା ପରେ ସୁରକ୍ଷାକର୍ମୀଙ୍କ ହୋସ୍‌ ଉଡିଯାଇଥିଲା । ମାତ୍ର ଚୋରି କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି ।

- Advertisement -

କୁହାଯାଉଛି ଯେ କଳସରେ ୭୬୦ ଗ୍ରାମ ସୁନା ଏବଂ ୧୬୦ ଗ୍ରାମ ହୀରା ଖଚିତ ହୋଇଥିଲା। ଏହି କଳସର ମୂଲ୍ୟ ପ୍ରାୟ ଏକ କୋଟି ବୋଲି କୁହାଯାଉଛି। ମାମଲାର ସୂଚନା ପାଇବା ମାତ୍ରେ ପୁଲିସ ସକ୍ରିୟ ହୋଇ ଚୋରଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲା। ସିସିଟିଭି ଫୁଟେଜ୍ ମାଧ୍ୟମରେ ଜଣେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରି ଗିରଫ କରିଛି ।

ଦିଲ୍ଲୀ ପୁଲିସ କହିଛି ଯେ, ଦିଲ୍ଲୀର ଲାଲକିଲ୍ଲା ପରିସରରେ ଏକ ଜୈନ ଧାର୍ମିକ ସମାରୋହରୁ ପ୍ରାୟ ୧ କୋଟି ଟଙ୍କାର ସୁନା ଏବଂ ରତ୍ନପଥର ଖଚିତ କଳସ ଚୋରି ହୋଇଛି। ମଙ୍ଗଳବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ୱାଗତ ସମାରୋହ ସମୟରେ ୧୫୦ ଗ୍ରାମ ହୀରା, ମାଣିକ୍ୟ ଆଦି ଖଚିତ ଏହି ୭୬୦ ଗ୍ରାମ ସୁନା କଳସ ଭିଡ଼ ମଧ୍ୟରେ ଗାଏବ ହୋଇଯାଇଥିଲା।
ଲାଲକିଲ୍ଲା ପରିସରରେ ଜୈନ ସମ୍ପ୍ରଦାୟର କାର୍ଯ୍ୟକ୍ରମରେ ଚୋରି କରିଥିବା ଜଣେ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତକୁ ପଚରାଉଚରା କରୁଛି।

୩୦ ବର୍ଷ ପରେ ଶନିଙ୍କ ସିଧା ଚଳନ.. ଏହି ରାଶିଙ୍କ ପାଇଁ ଆସୁଛି ବଡ ଖୁସି ଚାକିରି ଠାରୁୁ ଧନ, ବିବାହ ସବୁଥିରେ ମିଳିବ ବଡ ସଫଳତା, କିଣିବେ ଘର, ଜମି..

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories