www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଡ ନିଷ୍ପତ୍ତି: ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ନାହିଁ

ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଏବଂ ତାଙ୍କ ଅଧିକାରୀଙ୍କ ନିରନ୍ତର ବୟାନ ଭାରତ ସହିତ ସମ୍ପର୍କକୁ ଆହୁରି ଖରାପ କରୁଛି । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ସେ ଭାରତ ଏବଂ ରୁଷକୁ ହରାଇ ସାରିଛନ୍ତି । ଏହାସହିତ ସେ କ୍ୱାଡ ବୈଠକରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା, କିନ୍ତୁ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କର ଏପରି କୌଣସି ଯୋଜନା ନାହିଁ । ଏହି ସମୟରେ ଏବେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ଏବେ ସେ ଏଥିରେ ଯୋଗ ଦେବେ ନାହିଁ । ବୈଦେଶିକ ମନ୍ତ୍ରୀ ଏସ୍‍.ଜୟଶଙ୍କର ଏହି ଅଧିବେଶନରେ ଯୋଗ ଦେବେ ।
ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଆସିବା ସମୟରେ ଭାରତ ଏହି ନିଷ୍ପତ୍ତି ନେଇଛି । ୟୁକ୍ରେନ ଯୁଦ୍ଧ ସମୟରେ ରୁଷରୁ ତେଲ କିଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଲଗାଇଥିଲେ, ଆଉ ୨୫ପ୍ରତିଶତ ଅତିରିକ୍ତ ଶୁଳ୍କ ସହିତ ଭାରତ ଉପରେ ମୋଟ ଶୁଳ୍କ ୫୦ପ୍ରତିଶତ ଶୁଳ୍କ ଲାଗୁ ହୋଇଛି । ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପକ ଖରାପ ହେବାରେ ଲାଗିଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories