www.samajalive.in
Sunday, December 7, 2025
13.1 C
Bhubaneswar

ଲୁହରେ ଭିଜିଲା ଗାଁ ମାଟି, ପଞ୍ଚଭୂତରେ ଲୀନ ହେଲା ସହିଦଙ୍କ ଶରୀର

ରେଙ୍ଗାଲିକ୍ୟାମ୍ପ: ସମସ୍ତଙ୍କ ଆଖିରେ ଲୁହ ଆଉ ଅନ୍ତରରେ କୋହ। ଚାରି ଆଡେ ଗୁଞ୍ଜରିତ ହେଉଥିଲା ଗୋଟିଏ ନାରା ‘ସହିଦ ଖଗେନ୍ଦ୍ର ଅମର ରହେ’। ଗୋଟିଏ ପଟେ ଜିଲା ତଥା ଅଞ୍ଚଳର ଜନତାଙ୍କ ନାରା ଆଉ ଅନ୍ୟ ପଟେ ପରିବାରର କ୍ରନ୍ଦନର ରୋଳରେ ହାହାକାର ହୋଇ ଉଠୁଥିଲା ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳ ଗୋଡଭାଗା ।  ମଣିପୁର, ମିଜୋରାମ ଅନ୍ତର୍ଗତ ଆଇଯାଲରେ ବିଏସଏଫ ଯବାନ ଭାବେ ଦୀର୍ଘ ବାର ବର୍ଷ ଧରି ମାତୃଭୂମିର ସେବାରେ ନିଜକୁ ସମର୍ପିତ  କରିଥିଲେ ।  ଭାରତୀୟ ଯବାନ ଖଗେଶ୍ବର ମହାପାତ୍ରଙ୍କ ମର ଶରୀର ମଧ୍ୟ ରାତି ୩ଟାରେ ଆସି ପହଞ୍ଚିଥିଲା ରାୟପୁର ବିମାନ ବନ୍ଦରରେ  । ସେଠାରେ ତାଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ରାୟପୁର ର ବିଏସଏଫ୍  କାର୍ଯ୍ୟାଳୟର  ସୀମା ସୁରକ୍ଷା ବଳଙ୍କ ଦ୍ଵାରା ଜନ୍ମ ମାଟିକୁ  ଅଣାଯାଇଥିଲା ।

ଟୁଟନ ଦାସ, କରୁଣା ସୁତ୍, କ୍ରିଷ୍ଣା କୁମାର, ମୁନେଶ ସିଂ,ଅଜୟ ସିଂ,ଯୋଗେନ୍ଦ୍ର ସିଂ,ତରଣି ମଣ୍ଡଳ, ବିରେନ୍ଦ୍ର ଯାଦବ, ମହମ୍ମଦ ମୁଖବୁଲ,ସୁରେଶ ଶର୍ମା ଆଦି ଯବାନମାନେ ତାଙ୍କ ମର ଶରୀରକୁ ଅତି ସମ୍ମାନର ନେଇ ଆସିଥିଲେ ତାଙ୍କ ପୈତୃକ ମାଟିକୁ । ସହିଦ ହୋଇଥିବା ଓଡ଼ିଆ ବୀର ଯବାନଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଥିବା ବେଳେ ହଜାର ହଜାର ଜନତା ଅତାବିରା ରାସ୍ତାର ଉଭୟ ପାର୍ଶ୍ବରେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।  ଗୋଡଭଗା ଗ୍ରାମରେ ପହଞ୍ଚିବା ପରେ ତାଙ୍କ ମର ଶରୀରକୁ ଘର ସମ୍ମୁଖରେ ରଖି  ରାଷ୍ଟ୍ରୀୟ ସଲାମୀ ଦେଇ  ପରିବାରକୁ ହସ୍ତାନ୍ତର କରିଥିଲେ । ଜିଲ୍ଲା ତଥା ଅଞ୍ଚଳର ହଜାର ହଜାର ଲୋକ, ମାନ୍ୟଗଣ୍ୟ ବ୍ୟକ୍ତି, ଅନୁଷ୍ଠାନ ,ସମସ୍ତେ ତାଙ୍କର ଶେଷ ଦର୍ଶନ କରିଥିଲେ । ଏହାପରେ ମାର୍ଚ୍ଚ ପାଷ୍ଟ ସହ  ଗ୍ରାମ ପରିକ୍ରମା  କରାଯାଇ ଗ୍ରାମର ଶ୍ମଶାନକୁ  ନିଆଯାଇଥିଲା ।  ସାନ ଭାଇ ଅନିଲ ମୁଖାଗ୍ନୀ ଦେଇଥିଲେ, ସେଠାରେ ଶେଷ ସଲାମୀ ଦିଆଯାଇ ଶେଷ କୃତ୍ୟ ସଂପନ୍ନ ହୋଇଥିଲା ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories