www.samajalive.in
Monday, December 8, 2025
27.1 C
Bhubaneswar

କ୍ରିକେଟରୁ ଅମିତ ମିଶ୍ରଙ୍କ ଅବସର

ନୂଆଦିଲ୍ଲୀ: ଲେଗ୍‌ସ୍ପିନର ଅମିତ ମିଶ୍ର ସମସ୍ତ ଫର୍ମାଟ କ୍ରିକେଟରୁ ଗୁରୁବାର ଅବସର ଘୋଷଣା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଅମିତ ଏହି ସୂଚନା ଦେଇଛନ୍ତି। ଏଥି ସହିତ ଅମିତଙ୍କ ୨୫ ବର୍ଷ କ୍ରିକେଟ ଯାତ୍ରାରେ ପୁର୍ଣ୍ଣଚ୍ଛେଦ ପଡ଼ିଛି। ବାରମ୍ବାର ଆଘାତ ଏବଂ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ଇଛା ତାଙ୍କୁ ଅବସର ନେବାକୁ ବାଧ୍ୟକରିଛି ବୋଲି ଅମିତ କହିଛନ୍ତି। ହରିୟାଣାର ୪୨ ବର୍ଷୀୟ ଅମିତ ଭାରତ ପାଇଁ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଓ ୧୦ଟି ଟ୍ବେଣ୍ଟି୨୦ ମ୍ୟାଚ ଖେଳିଛନ୍ତି। ବୋଲିଂରେ ବିବିଧତା ପାଇଁ ଅମିତ ବେଶ ପରିଚିତ ଥିଲେ।

ଅବସର ଘୋଷଣା କରି ଅମିତ କହିଛନ୍ତି, କ୍ରିକେଟରେ ମୋର ଏହି ଜୀବନର ୨୫ ବର୍ଷ ଅବିସ୍ମରଣୀୟ ହୋଇ ରହିବ। ମୁଁ ବିସିସିଆଇ, ପ୍ରଶାସନ, ହରିୟାଣା କ୍ରିକେଟ ସଂଘ, ସପୋର୍ଟ ଷ୍ଟାଫ୍‌, ସାଥୀ ଖେଳାଳି ଏବଂ ପରିବାର ସଦସ୍ୟଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି। ଅମିତ ୨୦୦୮ ଅକ୍ଟୋବର ୧୭ରେ ଟେଷ୍ଟ ପଦାର୍ପଣ କରିଥିଲେ। ୨୨ଟି ଟେଷ୍ଟ ଖେଳି ୭୬ଟି ୱିକେଟ ନେଇଛନ୍ତି। ସେ ୨୦୧୬ ଡିସେମ୍ବର ୧୬ରେ ଇଂଲଣ୍ଡ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ। ସେ ୩୬ଟି ଦିନିକିଆରୁ ୬୪ଟି ୱିକେଟ ନେଇଛନ୍ତି। ୨୦୧୬ ଅକ୍ଟୋବର ୨୯ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଦିନିକିଆ ଖେଳିଥିଲେ। ୨୦୧୦ ଜୁନ୍‌ ୧୩ରେ ଜିମ୍ବାୱେ ବିପକ୍ଷରେ ଟ୍ବେଣ୍ଟି୨୦ ପଦାର୍ପଣ କରିଥିଲେ। ସେ ଘରୋଇ କ୍ରିକେଟରେ ହରିୟାଣା ଏବଂ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍‌ସ, ଡେକାନ ଚାଜର୍ସ ଓ ଲକ୍ଷ୍ନୌ ସୁପରଜ୍ୟାଏଣ୍ଟ୍‌ସ ପାଇଁ ଖେଳିଥିଲେ। ୨୦୦୮ରେ ଅନୀଲ କୁମ୍ବଲେ ଆହତ ହେବାରୁ ମୋହାଲିରେ ଅମିତ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ପଦାର୍ପଣ କରି ୫ଟି ୱିକେଟ୍‌ ନେଇଥିଲେ। ଏହାସତ୍ତ୍ବେ ସେ ଭାରତୀୟ ଟେଷ୍ଟ ଦଳର ସ୍ଥାୟୀ ସଦସ୍ୟ ହୋଇ ପାରିନଥିଲେ। ସେ ୧୬୨ ଆଇପିଏଲ୍‌ ମ୍ୟାଚ୍‌ରୁ ୭୪ଟି ୱିକେଟ୍‌ ନେଇଛନ୍ତି। ଆଇପିଏଲ୍‌ ୱିକେଟ୍‌ ହାସଲକାରୀ ତାଲିକାରେ ଅମିତ ୮ମ ସ୍ଥାନରେ ଅଛନ୍ତି। ଆଇପିଏଲ୍‌ରେ ଏକମାତ୍ର ବୋଲର ଭାବେ ଅମିତ ମିଶ୍ର ୩ ଥର (୨୦୦୮, ୨୦୧୧, ୨୦୧୩) ହ୍ୟାଟ୍ରିକ୍‌ ନେଇଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories