www.samajalive.in
Wednesday, December 10, 2025
18.1 C
Bhubaneswar

ମଝି ଆକାଶରୁ ଫେରିଲା ୨୭୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ

ନୂଆଦିଲ୍ଲୀ : ମଝି ଆକାଶରୁ ଫେରିଲା ବିମାନ। ଅଳ୍ପକେ ଟଳିଲା ବଡ ଅଘଟଣ। ବିମାନରେ ପ୍ରାୟ ୨୭୨ ଜଣ ଯାତ୍ରୀ ଥିଲେ। ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏକ ଇଣ୍ଡିଗୋ ବିମାନ ହଠାତ୍‌ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲା। ପକ୍ଷୀ ସହିତ ଧକ୍କା ହେବା ପରେ ବିମାନଟି ନାଗପୁର ବିମାନବନ୍ଦରକୁ ଫେରି ଆସିଥିଲା।
ବିମାନଟି ନାଗପୁରରୁ କଲକାତା ଯାଉଥିଲା। ଉଡ଼ାଣ ଆରମ୍ଭ ହେବାର କିଛି ସମୟ ପରେ ଏକ ପକ୍ଷୀ ବିମାନ ସହିତ ଧକ୍କା ଖାଇଥିଲା। କ୍ରୁ ସଦସ୍ୟମାନେ ବିମାନଟିକୁ ବିମାନବନ୍ଦରକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ବିମାନଟି ନାଗପୁରରେ ଜରୁରୀ ଅବତରଣ କରିଥିଲା।

ନାଗପୁରରୁ କଲକାତା ଯାଉଥିବା ଇଣ୍ଡିଗୋ ବିମାନ ୬ଇ୮୧୨ ଉଡ଼ାଣ ଭରିବା ପରେ ଏକ ପକ୍ଷୀ ସହିତ ଧକ୍କା ହୋଇଥିଲାା ଯାହା ଫଳରେ ବିମାନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲା। ଫଳରେ ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲେ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଇଣ୍ଡିଗୋ ମୁଖପାତ୍ର କହିଛନ୍ତି ଯେ ଯାନ୍ତ୍ରିକ ତଦନ୍ତ ପରେ ଆଜି ପାଇଁ ଉଡ଼ାଣ ବାତିଲ କରାଯାଇଛି।

୫୦ ବର୍ଷ ପରେ ତ୍ରିଗ୍ରହୀ ପୁଣି ଚର୍ତୁଗ୍ରହୀ ଯୋଗ: ଏହି ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ..

- Advertisement -

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories