www.samajalive.in
Sunday, December 7, 2025
15.1 C
Bhubaneswar

ଧମକପୂର୍ଣ୍ଣ ସ୍ୱଭାବ ଚଳିବ ନାହିଁ: ମିଳିମିଶି କାମ କରିବାକୁ ପରାମର୍ଶ ଦେଲେ ଜିନ୍‍ପିଙ୍ଗ

ସମାଜ ଡିଜିଟାଲ ଡେସ୍କ: ସାଙ୍ଘାଇ ସମନ୍ୱୟ ସଙ୍ଗଠନ ଶିଖର ସମ୍ମିଳନୀରେ ପ୍ରମୁଖ ପ୍ରସଙ୍ଗ ଥିଲା ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ । ଯଦିଓ କୌଣସି ଦେଶ ସିଧାସଳଖ ଆମେରିକାର ନାମ ନେଇ ନଥିଲେ, ପ୍ରାୟ ସମସ୍ତେ ବିଶ୍ୱରେ ଚାଲିଥିବା ଦାଦାଗିରି ପ୍ରସଙ୍ଗ ଉଠାଇଥିଲେ । ଚୀନ୍‍ ରାଷ୍ଟ୍ରପତି ସି ଜିନ୍‍ପିଙ୍ଗ ପରୋକ୍ଷରେ ଆମେରିକା ଏବଂ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଟାର୍ଗେଟ କରିଥିଲେ । ସେମାନଙ୍କର ଦାଦାଗିରି ଆଚରଣ ଓ ଧମକାଇବା ଭଳି ସ୍ୱଭାବ ଆଉ ଚଳିବ ନାହିଁ ବୋଲି କହି ସମାଲୋଚନା କରିଥିଲେ ଜିନ୍‍ପିଙ୍ଗ ।

ସୋମବାର ଶିଖର ସମ୍ମିଳନୀରେ ତାଙ୍କ ଭାଷଣ ସମୟରେ ଜିନ୍‍ପିଙ୍ଗ କହିଥିଲେ ଯେ ସଦସ୍ୟ ଦେଶମାନଙ୍କ ସାମ୍ନାରେ ଥିବା ସୁରକ୍ଷା ଏବଂ ବିକାଶ ଚ୍ୟାଲେଞ୍ଜଗୁଡିକ ଆହୁରି କଷ୍ଟକର ହୋଇଛି । କୌଣସି ଦେଶର ନାମ ନନେଇ ସେ କହିଛନ୍ତି ଯେ କିଛି ଦେଶ ଦ୍ୱାରା ଗ୍ରହଣ କରାଯାଇଥିବା ଧମକପୂର୍ଣ୍ଣ ମନୋଭାବ ବର୍ତ୍ତମାନର ବିଶ୍ୱ ସଙ୍କଟକୁ ଆହୁରି ଗଭୀର କରୁଛି । ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ଅଶାନ୍ତ ଏବଂ ଜଟିଳ ବୋଲି ବର୍ଣ୍ଣନା କରି ଜିନ୍‍ପିଙ୍ଗ କହିଛନ୍ତି ଯେ ବିଶ୍ୱରେ ଚାଲିଥିବା ଅଶାନ୍ତିରେ ଆମକୁ ସାଂଘାଇର ଆତ୍ମାକୁ ଗ୍ରହଣ କରିବାକୁ ପଡିବ ଏବଂ ସଂଗଠନର ଭୂମିକାକୁ ଉନ୍ନତ କରିବାକୁ ପଡିବ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories