www.samajalive.in
Monday, December 8, 2025
17.1 C
Bhubaneswar

ଟଙ୍କା ନେଲେ, ଅସ୍ତ୍ରୋପଚାର ଅଧାରୁ ରୋଗୀକୁ ଫେରାଇ ଦେଲେ

ଯାଜପୁର: ସ୍ବାସ୍ଥ୍ୟ କାର୍ଡ଼ ମାଧ୍ୟମରେ ରୋଗୀଙ୍କୁ ଶୋଷଣ କରିବା ଏକ ନିତିଦିନିଆ ଘଟଣା ପାଲଟିଛି। କାର୍ଡ଼ରୁ ଟଙ୍କା ନ ସରିବା ପର୍ଯ୍ୟନ୍ତ ବିଭିନ୍ନ ଆଳ ଦେଖାଇ ରୋଗୀକୁ ଆଇସିୟୁରେ ରଖାଯାଉଛି ତ ଆଉ କେଉଁଠି ସାଧାରଣ ଅସ୍ତ୍ରୋପଚାର କରି ଲକ୍ଷାଧିକ ଟଙ୍କା ଘରୋଇ ଡାକ୍ତରଖାନା ଗୁଡ଼ିକ ଲୁଟିବାରେ ଲାଗିଛନ୍ତି। ଏମିତି ଉଦାହରଣ ଯାଜପୁର ସହରର ଗରିଆପୁର ଛକ ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଦେଖିବାକୁ ମିଳିଛି। ସଦର ଥାନା କୁସୁନପୁର ଗ୍ରାମର ନାରାୟଣ ଦାସଙ୍କ ପେଟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ଯାଜପୁର ସହରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଗତ ୨୭ ତାରିଖରେ ଭର୍ତ୍ତି କରିଥିଲେ। ନର୍ସିଂହୋମ ପକ୍ଷରୁ ନାରାୟଣଙ୍କ ଅଲଟ୍ରାସାଉଣ୍ଡ କରାଯିବା ସହ ବିଭିନ୍ନ ପରୀକ୍ଷା କରାଯାଇଥିଲା। ତାଙ୍କ ପେଟରେ ଷ୍ଟୋନ ଅଛି ବୋଲି ନର୍ସିଂହୋମ କର୍ତ୍ତୃପକ୍ଷ ଜଣାଇବା ସହ ଅସ୍ତ୍ରୋପଚାର ପାଇଁ ତାଙ୍କ ଠାରୁ ସ୍ବାସ୍ଥ୍ୟ କାର୍ଡ଼ ନେଇଯାଇଥିଲେ। ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଜଣେ ଡାକ୍ତର ଅସ୍ତ୍ରୋପଚାର କରିଥିଲେ। ଦୀର୍ଘ ସମୟ ଧରି ଅସ୍ତ୍ରୋପଚାର ରୁମରେ ରହିବା ପରେ ଡାକ୍ତର ଶ୍ରୀ ପାତ୍ର ନାରାୟଣଙ୍କ ଝିଅ ସତ୍ୟଭାମାକୁ ଡକାଇ ତାଙ୍କ ବାପାଙ୍କ ପେଟରେ ୩ଟି ନାଡ଼ ଗୁଡ଼େଇ ହୋଇ ରହିଛି। ତେଣୁ ଏହାକୁ ଠିକ୍ କରିବା ପାଇଁ ଆମ ପାଖରେ ମେସିନ ନାହିଁ ବୋଲି କହିବା ସହ ଭୁବନେଶ୍ୱରର ସମ ହସ୍‌ପିଟାଲକୁ ନେଇଯାଅ ବୋଲି କହିଥିଲେ। ଯଦି ମେସିନ ନାହିଁ, ଆପଣ ମୋ ବାପାର ଅସ୍ତ୍ରୋପଚାର କାହିଁକି କରୁଥିଲେ ବୋଲି ସତ୍ୟଭାମା ପ୍ରତିବାଦ କରିଥିଲେ। ଏପରିକି ଡିସ୍‌ଚାର୍ଜ ସାର୍ଟିଫିକେଟ କିମ୍ବା ରୋଗୀର ରେଫର୍‌ କାଗଜ ନ ଦେଇ ଡାକ୍ତରଖାନା ମାଲିକ ତାଙ୍କୁ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ପରେ ସତ୍ୟଭାମା ଏନେଇ ଯାଜପୁର ଟାଉନ ଥାନାରେ ଏତଲା ଦେବା ସହ ଗଣମାଧ୍ୟମ ସମ୍ମୁଖରେ ଘଟଣା ସଂପର୍କରେ କହିଛନ୍ତି। ଘଟଣା ସମ୍ପର୍କରେ ସମ୍ପୃକ୍ତ ଡାକ୍ତରଙ୍କ ସହ ଯୋଗାଯୋଗ ସମ୍ଭବ ନହେବାରୁ ତାଙ୍କର ପ୍ରତିକ୍ରିୟା ଜଣାପଡ଼ି ନାହିଁ।

ଏହି ୪ ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ,ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ, ଧନ ବୃଦ୍ଧି,ବିବାହ ସୁଖ ନେଇ ଆସିଛି ସେପ୍ଟେମ୍ବର..

୩ ମହାଶକ୍ତିଙ୍କ ମହାମିଳନ ; ଟ୍ରମ୍ପଙ୍କ ରକ୍ତଚାପ ବଢାଇବ କି ଏସବୁ ଦୃଶ୍ୟ!

- Advertisement -

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories