www.samajalive.in
Monday, December 8, 2025
17.1 C
Bhubaneswar

୩ ମହାଶକ୍ତିଙ୍କ ମହାମିଳନ ; ଟ୍ରମ୍ପଙ୍କ ରକ୍ତଚାପ ବଢାଇବ କି ଏସବୁ ଦୃଶ୍ୟ!

ନୂଆଦିଲ୍ଲୀ : ଚୀନର ତିଆନଜିନ୍‌ରେ ସୋମବାର ସକାଳେ ୩ ରାଷ୍ଟ୍ରର ମୁଖ୍ୟଙ୍କ ସାକ୍ଷାତ ହୋଇଛି । ଏସସିଓ ସମ୍ମିଳନୀ ସମୟରେ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଓ ରୁଷର ରାଷ୍ଟ୍ରପତି ପୁଟିନ୍‌ଙ୍କ ସାକ୍ଷାତ ହୋଇଛି । ୩ ରାଷ୍ଟ୍ର ମୁଖ୍ୟଙ୍କ ସାକ୍ଷାତ ହେବାର ଅନେକ ଫଟୋ ସାମ୍ନାକୁ ଆସିଛି । ଏସବୁ ଫଟୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରକ୍ତଚାପ ବଢାଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି । ତିଆନଜିନ୍‌ରେ ସୋମବାର ପୂର୍ବାହ୍ନ ୧୧ଟାରେ ମହାଶକ୍ତିଙ୍କ ମହାମିଳନ ଦେଖିବାକୁ ମିଳିଛି । ଏହାସହ ଜଡିତ ଅନେକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ମଧ୍ୟ ହେଉଛି । ଗୋଟିଏ ଭିଡିଓରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ, ରାଷ୍ଟ୍ରପତି ପୁଟିନ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରସ୍ପରର ନିକଟରେ ଠିଆ ହୋଇ ହସଖୁସିରେ କଥାବାର୍ତ୍ତା ହେଉଥିବା ଦେଖାଯାଉଛି ।

- Advertisement -

ସାକ୍ଷାତର ଅନେକ ଫଟୋ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ଶେୟାର କରିଛନ୍ତି । ପୋଷ୍ଟରେ ଲେଖିଛନ୍ତି ଯେ, ତିଆନଜିନ୍‌ରେ ଜାରି ରହିଛି କଥାବାର୍ତ୍ତା । ଏସସିଓ ଶିଖର ସମ୍ମିଳନୀ ସମୟରେ ରାଷ୍ଟ୍ରପତି ପୁଟିନ୍‌ ଓ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ସହ ବିଚାରର ଆଦାନ-ପ୍ରଦାନ।

ପ୍ରଧାନମନ୍ତ୍ରୀ ମୋଦୀ ରୁଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ସାକ୍ଷାତର ଏକ ଫଟୋ ଶେୟାର କରି ଲେଖିଛନ୍ତି, ପୁଟିନ୍‌ଙ୍କ ସହ ଦେଖାହେବା ସର୍ବଦା ଆନନ୍ଦଦାୟକ ହୋଇଥାଏ ।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ରାଷ୍ଟ୍ରପତି ପୁଟିନ୍‌ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୨୦ରୁ ଅଧିକ ବିଶ୍ୱ ନେତାଙ୍କ ଉପସ୍ଥିତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି ।

ସି ଜିନପିଙ୍ଗ୍‌ ଏସସିଓ ସମ୍ମେଳନର ଉଦଘାଟନ ଉପରେ ପ୍ରାଥମିକତାର ରୂପରେଖା ପ୍ରସ୍ତୁତ କରିଛନ୍ତି । ସେ କହିଛନ୍ତି ଯେ, ଏସସିଓ ଦେଶର ସଂଯୁକ୍ତ ଅର୍ଥବ୍ୟବସ୍ଥାରେ ୩୦ ଟ୍ରିଲିୟନ ଡଲାରରେ ପହଞ୍ଚଛି । ଏହି ସଙ୍ଗଠନର ବୈଷୟିକ ଆର୍ଥିକ ପ୍ରଭାବ ବୃଦ୍ଧି ପାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି, ସୁରକ୍ଷା ଚ୍ୟାଲେଞ୍ଜ ଗୁଡିକ ସହ ସାମ୍ନା କରିବା ପାଇଁ ନୂଆ ନୂଆ ଶୈଳୀ ସହ ଶୀଘ୍ର ଏକ ଏସସିଓ ବିକାଶ ବ୍ୟାଙ୍କର ନିର୍ମାଣ ପାଇଁ ଆହ୍ୱାନ ଦେଇଛନ୍ତି । ଏସସିଓର ଅନ୍ୟ ସଦସ୍ୟ ଦେଶରେ ଚୀନର ନିବେଶ ପୂର୍ବରୁ ହିଁ ୮୪ ବିଲିୟନ ଡଲାରରୁ ଅଧିକ ହୋଇ ସାରିଛି । ସେ ଆହୁରି ମଧ୍ୟ କହିଛନ୍ତି, ସମସ୍ତ ଏସସିଓ ସଦସ୍ୟ ‘ମିତ୍ର ଓ ବୁଦ୍ଧିମାନ’ ଅଟନ୍ତି । ରଣନୈତିକ ସଞ୍ଚାର ରଖିବା, ଏକତାକୁ ମଜଭୁତ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ସଂଯୁକ୍ତ ସହଯୋଗ ସମସ୍ତ ସଂସ୍କୃତିକୁ ‘ସମୃଦ୍ଧି ସଦ୍‌ଭାବକୁ ବୃଦ୍ଧି କରିବାର ନୂଆ ନୂଆ ସୁଯୋଗ ପ୍ରଦାନ କରିଥାଏ ।

ଏହି ୪ ରାଶିଙ୍କ ଭାଗ୍ୟରେ ବଡ ପରିବର୍ତ୍ତନ,ସଫଳତା, ସୁଖମୟ ଦାମ୍ପତ୍ୟ ଜୀବନ, ଧନ ବୃଦ୍ଧି,ବିବାହ ସୁଖ ନେଇ ଆସିଛି ସେପ୍ଟେମ୍ବର..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories