www.samajalive.in
Tuesday, December 9, 2025
17.1 C
Bhubaneswar

ଚିନ୍ତାକଳ୍ପ: କଲ୍ୟାଣପ୍ରଦ ଦୃଷ୍ଟିଭଙ୍ଗୀ

ଯଦି ଅନ୍ତର୍ମୁଖୀ ହୋଇ ଜୀବନ ପ୍ରତି ଦୃଷ୍ଟିପାତ କରାଯାଏ ତା’ହେଲେ ସ୍ପଷ୍ଟ ପ୍ରତୀତ ହେବ ଯେ ଜୀବନ କାମ, କ୍ରୋଧ, ମଦ-ମୋହ,ଦମ୍ଭ-ଦୁର୍ଭାବନା, ଈର୍ଷା-ଦ୍ବେଷ, କୂଟ-କପଟତା ଆଦି କୁପ୍ରବୃତ୍ତି ରୂପୀ ଅଙ୍ଗାରରେ ବିବର୍ଣ୍ଣ। ଚିତ୍ତଭୂମି ଏହି ଅଙ୍ଗାରାଚ୍ଛାଦିତ ହେବା କାରଣରୁ ବିବଶ ଓ ବେହାଲ। ଏହି ଅଙ୍ଗାରକୁ କରୁଣା, ପ୍ରେମ, ସମ୍ବେଦନାରେ ଆମେ ଧୋଇ ଦେଇ ସ୍ବଚ୍ଛ କରିପାରିବା; କିନ୍ତୁ ସ୍ବାର୍ଥୀ, ନିଷ୍ଠୁର, ନିର୍ଦୟ ହେବା କାରଣରୁ କାହାରି ଆକୁଳ ଚିତ୍କାର, ପୀଡ଼ା ଆମକୁ ସମ୍ବେଦନା ଜଣାଇବାକୁ ଅବସର ଦେଉନି। ନିଜ ପେଟପାଟଣା, ପରିବାର, ଘର-ସଂସାର ଭିତରେ ଆବଦ୍ଧ ରହି ଆମେ ନିଜକୁ ଏକ ସଂକୀର୍ଣ୍ଣ ସ୍ଥିତିରେ ରଖିଛୁ, ପଶୁପକ୍ଷୀଙ୍କ ସଦୃଶ।

ଦୃଷ୍ଟିକୋଣରେ ପରିବର୍ତ୍ତନ ହିଁ ସବୁଠୁ ବଡ଼ ପରିବର୍ତ୍ତନ। ଆପଣା ସୀମା-ସରହଦକୁ ସଂକୀର୍ଣ୍ଣତାରୁ ବୃଦ୍ଧି କରି ବିଶାଳ କ୍ଷେତ୍ରକୁ ବିକଶିତ କରିବାର ନାମ ହିଁ ବିକାଶ। ବାସନା-ତୃଷ୍ଣାର ଆକର୍ଷଣକୁ ତ୍ୟାଗକରି କର୍ତ୍ତବ୍ୟପାଳନ ଓ ପରମାର୍ଥରୂପୀ ଆଙ୍କାକ୍ଷାକୁ ଜାଗରୂକ କରିବା ହିଁ ପ୍ରକୃତ ଜାଗରଣ। କୁବିଚାର ଓ ଦୁର୍ଭାବନା ସହ କାମ, କ୍ରୋଧ, ଲୋଭ, ମୋହର ରଜ୍ଜୁକୁ ଛିଡ଼ାଇବାର ନାମ ହିଁ ‘ମୁକ୍ତି’। ସତ୍ୟବାଦିତା, ସନ୍ତୋଷ, ସଂଯମ, ସଜ୍ଜନତା, ଶାନ୍ତିର ସମନ୍ବିତ ମନୋଭୂମି ପ୍ରସ୍ତୁତ କରିବା ହିଁ ସ୍ବର୍ଗ। ଏହା ଧରିତ୍ରୀକୁ ସ୍ବର୍ଗଠାରୁ ବି​‌ ଶ୍ରେଷ୍ଠ ପ୍ରତିପାଦିତ କରିଦେବ। ଧରିତ୍ରୀରେ ମାନବ ଶରୀର ଦେବତାମାନଙ୍କଠାରୁ ମଧ୍ୟ ଉତ୍ତମ। ଦେବତାମାନେ ଧରାପୃଷ୍ଠରେ ମାନବ ଶରୀରରେ (ଅବତାରୀରୂ‌େ‌ପ) ଜନ୍ମ ନେବାକୁ ଆଗ୍ରହ ପ୍ରକାଶ କରୁଥାନ୍ତି। ଏମିତି ବି ମଣିଷ ଜନ୍ମ ଆମକୁ ଈଶ୍ବରଙ୍କର ସବୁଠାରୁ ବଡ଼ ଅନୁଗ୍ରହ ଓ ବରଦାନ। ଏହି ଅଲଭ୍ୟ ଅବସର, ଏହି ପରମ ସୌଭାଗ୍ୟର ସମୁଚିତ ସଦୁପଯୋଗ କରିବାକୁ ହେବ ଓ କରିବା ଉଚିତ ମଧ୍ୟ। ଯେଉଁଭଳି ଚିନ୍ତା କରିବା ଉଚିତ ସେହିଭଳି ଆଙ୍କାକ୍ଷା , ପୋଷଣ କରିବା ଉଚିତ। ଯାହା ବିବେକର ଦୃଷ୍ଟିକୋଣରୁ ଯଥାର୍ଥ ଯାହା ସମୁଚିତ ଆକାଙ୍‌କ୍ଷା, ସେହି ମାର୍ଗରେ ଗତି କରିବା ଉଚିତ୍‌। ପଶୁପରି ଜୀବନ ନିର୍ବାହରେ କି ଲାଭ? ଏହା କ’ଣ ଆମକୁ ସତ୍‌,ଚିତ୍‌, ଅାନନ୍ଦର ଉପଲବ୍ଧିରେ ସହାୟକ ହେବ? ସତ୍ୟ, ପ୍ରେମ, କରୁଣା, ସମ୍ବେଦନା, ସେବା ଆଦି ଦିବ୍ୟ ପ୍ରବୃତ୍ତି କଲ୍ୟାଣପ୍ରଦ ଦୃଷ୍ଟିଭଙ୍ଗୀ ଆଦରି ନେବାରେ ହିଁ ଦିବ୍ୟତ୍ବପ୍ରାପ୍ତି ସମ୍ଭବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories