www.samajalive.in
Friday, December 5, 2025
27.1 C
Bhubaneswar

ସ୍ଥିତି ସଜାଡ଼ିବାକୁ ବିଜେଡି ଶୀର୍ଷ ନେତୃତ୍ୱଙ୍କ ତତ୍ପରତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ସାକ୍ଷାତ କାର୍ଯ୍ୟକ୍ରମ ଏବଂ ପରବର୍ତ୍ତୀ ସମୟରେ ଦଳୀୟ ସାମ୍ବାଦିକ ସମ୍ମିଳନୀକୁ ୬ ବିଜେଡି ସାଂସଦଙ୍କ ବର୍ଜନ ପରେ ଭାବମୂର୍ତ୍ତି ସଜାଡ଼ିବାକୁ ଦଳୀୟ ନେତୃତ୍ୱ ତତ୍ପରତା ଆରମ୍ଭ କରିଛନ୍ତି। ବିଗିଡ଼ି ଯାଇଥିବା ସ୍ଥିତିକୁ ସଜାଡ଼ିବା ନିମନ୍ତେ ବୁଧବାର ଦିଲ୍ଲୀରେ ଉଭୟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର ପାଟିଲ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ଅତୁଲ ଜୈନଙ୍କ ସହ ସାକ୍ଷାତ ବେଳେ ବିଜେଡି ପ୍ରତିନିଧି ଦଳରେ ଗତକାଲି ବୈଠକ ଓ ସମ୍ବାଧିକ ସମ୍ମିଳନୀ ବର୍ଜନ କରିଥିବା ସମସ୍ତ ସାଂସଦ ଉପସ୍ଥିତ ରହିଥିବା ଦେଖାଯାଇଛି। ଏଥିପାଇଁ କୁଆଡେ ନବୀନ ନିବାସ ତରଫରୁ ନିର୍ଦେଶ ଦିଆଯାଇଥିଲା। ଦଳୀୟ ନିର୍ଦେଶକୁ ସମ୍ମାନ ଜଣାଇ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷଙ୍କ ସହ ବିଜେଡି ପ୍ରତିନିଧି ଦଳର ଭେଟଘାଟରେ ଦଳୀୟ ସାଂସଦ ଡ. ସସ୍ମିତ ପାତ୍ର, ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ମୁଜିବୁଲ୍ଲା ଖାନ ଓ ନିରଞ୍ଜନ ବିଶି ସାମିଲ ହୋଇଥିବାବେଳେ ସଂଧ୍ୟାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ସହ ସାକ୍ଷାତ ବେଳେ ଡ. ସସ୍ମିତ ପାତ୍ର, ସୁଲତା ଦେଓ, ଶୁଭାଶିଷ ଖୁଣ୍ଟିଆ, ନିରଞ୍ଜନ ବିଶି ଉପସ୍ଥିତ ଥିଲେ।

ସଂସଦର ମୌସୁମୀ ଅଧିବେଶନ କାଳରେ ଦିଲ୍ଲୀରେ ସମସ୍ତ ବିଜେଡି ସାଂସଦଙ୍କ ଉପସ୍ଥିତି ସତ୍ତ୍ବେ ସେମାନଙ୍କୁ ନିର୍ବାଚନ ଆୟୋଗଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମ, ସାମ୍ବାଦିକ ସମ୍ମିଳନୀ, କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମରୁ ଦୂରେଇ ରଖାଯିବା ନେଇ ସାଂସଦଗଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେମାନଙ୍କୁ ଜାଣିଶୁଣି ଉପେକ୍ଷା କରାଯାଉଛି ବୋଲି ବିଜେଡି ସାଂସଦଗଣ ଅନୁଭବ କରିଥିଲେ। ବିଜେଡି ପ୍ରତିନିଧି ଦଳର ଦିଲ୍ଲୀ ଗସ୍ତ କାଳରେ ଦେଖାଯାଇଥିବା ଅବ୍ୟବସ୍ଥା ପାଇଁ ସାଂସଦଗଣ ଦଳୀୟ ଫୋରମରେ ବରିଷ୍ଠ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ଡ. ଅମର ପଟ୍ଟନାୟକଙ୍କୁ ଦାୟୀ କରିଥିଲେ। ସାଂସଦଙ୍କ କ୍ଷୋଭକୁ ଦୂର କରିବା ନିମନ୍ତେ ନବୀନ ନିବାସ ପକ୍ଷରୁ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ଏବଂ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ସହ ସାକ୍ଷାତ କାର୍ଯ୍ୟକ୍ରମରୁ ଉଭୟ ନେତାଙ୍କୁ ଦୂରେଇ ରଖାଯାଇଥିଲା। ଏହି କ୍ରମରେ ବୁଧବାର ରାଜଧାନୀ ଦିଲ୍ଲୀରେ ବିଜେଡି ପ୍ରତିନିଧି ଦଳର ଦୁଇ ସାକ୍ଷାତ କାର୍ଯ୍ୟକ୍ରମରେ ଉଭୟ ନେତାଙ୍କୁ ଦେଖିବାକୁ ମିଳିନଥିଲା।

- Advertisement -

ଅନ୍ୟପକ୍ଷରେ ପୋଲାଭରମ ଜଳ ପ୍ରକଳ୍ପ ଯୋଗୁଁଁ ମାଲକାନଗିରି ଜିଲାରେ ସୃଷ୍ଟି ହେବାକୁ ଥିବା ବୁଡ଼ି ସମସ୍ୟାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ବିଜେଡି ପ୍ରତିନିଧି ଦଳ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି ଆର ପାଟିଲ ଏବଂ କେନ୍ଦ୍ରୀୟ ଜଳ ଆୟୋଗ ଅଧ୍ୟକ୍ଷ ଅତୁଲ ଜୈନଙ୍କୁ ସାକ୍ଷାତ କରିଥିଲେ। ପ୍ରତିନିଧି ଦଳ ଦର୍ଶାଇଥିଲା ଯେ ପଛୁଆ ବନ୍ୟା ଜଳ ସମସ୍ୟାର ପୁନଃଅନୁଧ୍ୟାନ ପାଇଁ ଓଡ଼ିଶାର ପ୍ରସ୍ତାବ ପରିପ୍ରେକ୍ଷୀରେ ସିଡବ୍ଲୁସି କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ପୋଲାଭରମ ପ୍ରକଳ୍ପ ସମ୍ପୂର୍ଣ୍ଣ ଲାଗି କେନ୍ଦ୍ର ସରକାର ୧୭,୯୩୬ କୋଟି ଅନୁଦାନ ମଞ୍ଜୁର କରିଛନ୍ତି। ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଓଡ଼ିଶାରେ ଜମି, ଜୀବିକା ଏବଂ ସ୍ଥାନୀୟ ଜନତାଙ୍କ ସୁରକ୍ଷା ଉପରେ ପ୍ରଶ୍ନ ସୃଷ୍ଟି କରିବ। ରାଜ୍ୟସ୍ୱାର୍ଥ ଦୃଷ୍ଟିରୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶମତେ ସମସ୍ତ ପକ୍ଷଭୁକ୍ତଙ୍କ ସହ ଆଲୋଚନା, ସିଡବ୍ଲୁସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ଆଲୋଚନା, ଓଡ଼ିଶାର ଦାବି ପୂରଣ ନହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ପାଇଁ କେନ୍ଦ୍ର ଓ ଆନ୍ଧ୍ର ପ୍ରଦେଶ ସରକାରକୁ ନିର୍ଦେଶ ଜାରି, ଆଇଆଇଟି ରୁର୍‌କୀ ପରାମର୍ଶ ଅନୁଯାୟୀ ୫୮ ଲକ୍ଷ କ୍ୟୁସେକ ଜଳନିଷ୍କାସନ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପଛୁଆ ଜଳ ସମସ୍ୟାର ପୁନଃ ଅନୁଧ୍ୟାନ, ମାଲକାନଗିରି ଜିଲାର ଆଦିବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମ୍ଭାବିତ ବୁଡ଼ି ଅଞ୍ଚଳର ସର୍ଭେ, ଓଡ଼ିଶା ସରକାରଙ୍କ ସହ ପରାମର୍ଶ କରି ପୁର୍ନବାସ ଓ ଥଇଥାନ ଯୋଜନାକୁ ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିନିଧି ଦଳ ଦୃଷ୍ଟି ଆକର୍ଷଣ କରିଛି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories