www.samajalive.in
Wednesday, December 10, 2025
26.1 C
Bhubaneswar

ବର୍ଷାରେ ବେହାଲ ମୁମ୍ବଇ; ରାସ୍ତାରେ ପାଣି

ମୁମ୍ବଇ: କ୍ରମାଗତ ଦୁଇଦିନ ଧରି ଭାରତର ବାଣିଜ୍ୟିକ ରାଜଧାନୀ ମୁମ୍ବଇ ସହରରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡିଥିବାବେଳେ ସହରବାସୀ ଏକପ୍ରକାର ଅଣନିଃଶ୍ବାସୀ ହୋଇପଡିଛନ୍ତି। ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମଡି) ପକ୍ଷରୁ ରେଡ୍‌ ଆଲର୍ଟ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ମୁମ୍ବଇର ସବୁ ସରକାରୀ ଓ ଅର୍ଦ୍ଧ ସରକାରୀ କାର୍ଯ୍ୟାଳୟକୁ ମଙ୍ଗଳବାର ବନ୍ଦ ଘୋଷଣା କରାଯାଇଛି। ଅପରପକ୍ଷରେ ଘରୋଇ କମ୍ପାନୀ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ (ୱାର୍କ ଫ୍ରମ ହୋମ) ନିର୍ଦେଶ ଦେବାକୁ କୁହାଯାଇଛି। ସହରର ଅଧିକାଂଶ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାବେଳେ ସବୁ ଶିକ୍ଷାନୁଷ୍ଠାନକୁ ମଧ୍ୟ ବନ୍ଦ ଘୋଷଣା କରାଯାଇଛି। ଦାଦର, ମାଟୁଙ୍ଗା, ପରେଲ ଓ ସାଏନ ଭଳି ତଳୁଆ ଅଞ୍ଚଳରେ ରେଳଧାରଣା ଉପରେ ବର୍ଷା ଜଳ ପ୍ରବାହିତ ହେଉଥିବାରୁ ଲୋକାଲ ଟ୍ରେନ ସେବା ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ସକାଳ ସୁଦ୍ଧା ମୁମ୍ବଇରେ ହାରାହାରି ୨୧୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ମୁମ୍ବଇରେ ବିମାନସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରତ୍ୟେକ ବିମାନ ହାରାହାରି ୪୦ ମିନିଟ ବିଳମ୍ବରେ ଉଡାଣ/ଅବତରଣ କରୁଥିବାବେଳେ କେତେକ ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି। ସହରର ଅଧିକାଂଶ ସଡକ ଜଳାର୍ଣ୍ଣବ ହୋଇପଡିଥିବାରୁ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ସତର୍କତାର ସହ ବାହାରକୁ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
ଅପରପକ୍ଷରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ମହୀଶୂର କଲୋନୀ ଓ ଭକ୍ତି ପାର୍କ ଷ୍ଟେସନ ମଧ୍ୟରେ ଗୋଟିଏ ମନୋରେଳ ଅଟକି ଯିବାରୁ ଶତାଧିକ ଯାତ୍ରୀଙ୍କ ଜୀବନ ବିପନ୍ନ ହୋଇପଡିଥିଲା। ତେବେ ଏନଡିଆରଏଫ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୪୪୨ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ଜଣାପଡିଛି। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଏହି ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି। ବର୍ଷାଜନିତ ଘଟଣାରେ ମହାରାଷ୍ଟ୍ରରେ ୮ ଜଣ ଲୋକଙ୍କର ପ୍ରାଣହାନି ଘଟିଛି। ୧୦ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା କୁହାଯାଇଛି। ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଙ୍ଗଳବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବାକୁ ନିର୍ଦେଶ ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories