www.samajalive.in
Tuesday, December 9, 2025
15.1 C
Bhubaneswar

ଭାରତୀୟ ବନ୍ଦର ବିଧେୟକ ରାଜ୍ୟସଭାରେ ଗୃହୀତ

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ଉତ୍ସବ ପାଇଁ ଦୀର୍ଘ ୫ଦିନର ବିରତି ପରେ ସୋମବାର ସଂସଦର ଅଧିବେଶନ ଆରମ୍ଭ ହୋଇଛି। ଅଧିବେଶନ ଆରମ୍ଭରେ ପୂର୍ବ ଦିନଗୁଡିକ ପରି ବିରୋଧୀ ସଦସ୍ୟମାନେ ବିହାର ଏସ୍‌ଆଇଆର ଓ ଭୋଟ ଚୋରି ଅଭିଯୋଗକୁ ନେଇ ଉଭୟ ଗୃହରେ ହୋହଲ୍ଲା କରିଥିଲେ। ରାଜ୍ୟସଭାରେ କଂଗ୍ରେସ ସଦସ୍ୟ ସୟଦ ନାସିର ହୁସେନ, ରଞ୍ଜିତ ରଞ୍ଜନ, ରଜନୀ ପାଟିଲ ଓ ନୀରଜ ଡାଙ୍ଗି ଗୃହକାର୍ଯ୍ୟ ବନ୍ଦ କରି ଭୋଟ ଚୋରି ଅଭିଯୋଗ ଉପରେ ଆଲୋଚନା କରିବା ଲାଗି ରୁଲ୍ ୨୬୭ ଅନୁଯାୟୀ ନୋଟିସ୍ ଦେଇଥିଲେ। ବିରୋଧୀ ସଦସ୍ୟମାନେ ଅଭିଯୋଗ କରିଥିଲେ ଯେ ଦେଶର ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ପ୍ରତି ଏବେ ବିପଦ ସୃଷ୍ଟି ହୋଇଛି। ହୋହଲ୍ଲା ଯୋଗୁଁ ଲୋକସଭାକୁ ପ୍ରଥମେ ପୂର୍ବାହ୍ଣ ୧୧ଟା ପରେ ମଧ୍ୟାହ୍ନ ୧୨ଟା ଓ ରାଜ୍ୟସଭାକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ଆଜିର ହୋହଲ୍ଲା ମଧ୍ୟରେ ରାଜ୍ୟସଭାରେ ଭାରତୀୟ ବନ୍ଦର ବିଧେୟକ (ଇଣ୍ଡିଆନ ପୋର୍ଟସ୍ ବିଲ୍‌ ୨୦୨୫) ଗୃହୀତ ହୋଇଥିଲା। ଅଗଷ୍ଟ ୧୨ ତାରିଖରେ ଏହି ବିଧେୟକ ଲୋକସଭାରେ ଗୃହୀତ ହୋଇଥିଲା।

ସେହିପରି ଲୋକସଭାରେ ଜନ ବିଶ୍ବାସ (ସଂଶୋଧନ ଓ ବ୍ୟବସ୍ଥା) ବିଲ୍‌ ୨୦୨୫କୁ ଆଗତ କରାଯାଇଛି। ମନ୍ତ୍ରୀ ପୀୟୂଷ ଗୋୟଲ ଏହି ବିଧେୟକକୁ ଆଗତ କରିବା ପରେ ଏହା ଉପରେ ଅଧିକ ତର୍ଜମା ଲାଗି ସି​‌େ​‌ଲକ୍ଟ କମିଟିକୁ ପଠାଯାଇଛି। ଏହି ବିଧେୟକରେ ଦେଶରେ ବ୍ୟବସାୟ କାରବାରକୁ ସୁଗମ କରିବା ଲାଗି ପୂର୍ବ ପ୍ରଚଳିତ ଆଇନରେ କେତେକ ପରିବର୍ତ୍ତନ କରାଯିବାକୁ ପ୍ରସ୍ତାବ ରହିଛି। ଏହାଦ୍ବାରା କମ୍ପାନୀଗୁଡିକ ଲାଗି ବ୍ୟବସାୟ କରିବା ସହଜ ହେବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories