www.samajalive.in
Tuesday, December 9, 2025
17.1 C
Bhubaneswar

ମୁଖ୍ୟ ନିର୍ବାଚନ କମିସନରଙ୍କୁ ହଟାଇବା ଯୋଜନା; ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଣିବେ ବିରୋଧୀ !

ନୂଆଦିଲ୍ଲୀ: ବିହାରରେ ସମ୍ପାଦିତ ଏସଆଇଆର (ଭୋଟର ତାଲିକା ସମୀକ୍ଷା)କୁ ନେଇ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳଗୁଡିକ ନିର୍ବାଚନ କମିସନ (ଇସି)ଙ୍କ ବିରୋଧରେ ବିଷୋଦ୍‌ଗାର କରୁଛନ୍ତି। ବିଗତ କିଛିଦିନ ଧରି କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମୁଖ୍ୟ ନିର୍ବାଚନ କମିସନର (ସିଇସି)ଙ୍କୁ ନିଶାଣ କରିବାରେ ଲାଗିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ପଦଚ୍ୟୁତ କରିବାକୁ ବିରୋଧୀ ଦଳଗୁଡିକ ସଂସଦରେ ମହାଅଭିଯୋଗ ପ୍ରସ୍ତାବ ଆଗତ କରିବାକୁ ଯୋଜନା କରୁଛନ୍ତି। ଯଦିଓ ଏ ପ୍ରସଙ୍ଗରେ ବିରୋଧୀ ଦଳ ମଧ୍ୟରେ ବିଧିବଦ୍ଧ ଆଲୋଚନା ହୋଇନାହିଁ, ତଥାପି ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସମସ୍ତ ପ୍ରକାର ଗଣତାନ୍ତ୍ରିକ ଅସ୍ତ୍ର ବ୍ୟବହାର କରାଯାଇପାରେ ବୋଲିି କଂଗ୍ରେସର ରାଜ୍ୟସଭା ସାଂସଦ ସୟଦ ନାସିର ହୁସେନ ସୋମବାର ଗଣମାଧ୍ୟମକୁ ଜଣାଇଛନ୍ତି।

ସୂଚନାଯୋଗ୍ୟ ଏସଆଇଆର ଯୋଗୁଁ ବିହାର ଭୋଟର ତାଲିକାରୁ ୬୫ ଲକ୍ଷ ବାଦ ପଡିଛନ୍ତି। ରାହୁଲ ଏହି ପ୍ରସଙ୍ଗକୁ ‘ଭୋଟ ଚୋରି’ ବୋଲି ଆକ୍ଷେପ କରୁଥିବାବେଳେ ଇସିଙ୍କ ପକ୍ଷରୁ ମଧ୍ୟ କଡା ଜବାବ ଦିଆଯାଉଛି। ଭୋଟ ଚୋରି ସମ୍ପର୍କରେ ସାତଦିନ ମଧ୍ୟରେ ପ୍ରମାଣ ସହ ସତ୍ୟପାଠ ଦାଖଲ କର, ନଚେତ କ୍ଷମା ମାଗ ବୋଲି ରବିବାର ଇସିଙ୍କ ପକ୍ଷରୁ ରାହୁଲଙ୍କୁ ନିର୍ଦେଶ ଦିଆଯାଇଛି। ରାହୁଲ ଏଭଳି ଭିତ୍ତିହୀନ ଅଭିଯୋଗ ଉଠାଇ ସମ୍ବିଧାନକୁ ଅସମ୍ମାନ କରୁଥିବା ସିଇସି କହିଛନ୍ତି। ଏହି ପ୍ରସଙ୍ଗକୁ ଜୋରଦାର କରିବାକୁ ରାହୁଲ ରବିବାରଠାରୁ ବିହାରରେ ‘ଭୋଟର ଅଧିକାର ଯାତ୍ରା’ର ଶୁଭାରମ୍ଭ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories