www.samajalive.in
Tuesday, December 9, 2025
16.1 C
Bhubaneswar

ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର

ଖୁଣ୍ଟା : ମୟୁରଭଞ୍ଜ ଜିଲା ଖୁଣ୍ଟା ବ୍ଲକ କହ୍ନେଇଁବନ୍ଧ-କୁଶଳଦା ରାସ୍ତାର ଦୁଲାସାହି ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହେବାଦ୍ପାରା ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି। ଯୁବକ ଜଣଙ୍କ ବାଇଗଣବାଡିଆ ଗ୍ରାମର ଥଳ ମୁର୍ମୁଙ୍କ ପୁଅ ଆଲଖୁ(୨୧)।

ସୂଚନା ମୁତାବକ,  ସିମିଳା ବନ୍ଧ ଗ୍ରାମର ବନ୍ଧୁଙ୍କ ଘରୁ ଆଲଖୁ ସମେତ ତିନି ଜଣ ବାଇକରେ ବାଇଗଣବାଡିଆ ଫେରୁଥିବା ବେଳେ ସନ୍ଧ୍ୟା ୫ଟାରେ କହ୍ନେଇଁବନ୍ଧ ପହଞ୍ଚିବା ପୂର୍ବରୁ ଦୁଲାସାହି ନିକଟରେ ଉକ୍ତ ଦୁର୍ଘଟଣା ଘଟିଥିଲା। ବାଇକଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଥିବା ଏକ ଫଳକକୁ ଧକ୍କା ଦେଇଥିଲା ବେଳେ ଆଲଖୁର ବାମ ହାତ ଭାଙ୍ଗି ଯାଇଥିଲା। ଖୁଣ୍ଟା ଦମକଳ ବାହିନୀ ଆଲଖୁ ଓ ଅନ୍ୟ ଜଣେ ଆହତଙ୍କୁ ଉଦ୍ଧାର କରି ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ଆଲଖୁକୁ ବାରିପଦା ପିଆରଏମ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories