ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଆଲାସ୍କାରେ ହୋଇଥିବା ବୈଠକରେ ୧୮୦ମିନିଟ୍ ଧରି ଆଲୋଚନା ହୋଇଛି । ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ଥିଲା ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା । ତଥାପି ଯୁଦ୍ଧବିରତି ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରିଲା ନାହିଁ । ବୈଠକ ପରେ, ଉଭୟ ନେତା ଗଣମାଧ୍ୟମରେ ଏକ ମିଳିତ ବିବୃତ୍ତି ଜାରି କରିଥିଲେ । ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ଯଦି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ୨୦୨୨ରେ କ୍ଷମତାରେ ଥାଆନ୍ତେ, ତେବେ ଏହି ଯୁଦ୍ଧ ହୋଇନଥାଆନ୍ତା ।
ପୁଟିନ କହିଛନ୍ତି ଯେ ୨୦୨୨ ମସିହାରେ ସେ ଏହି ଘଟଣାକୁ ଆଗକୁ ବଢିବାରୁ ରୋକିବା ପାଇଁ ବାଇଡେନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାହା ହୋଇନଥିଲା । ଏବେ ଟ୍ରମ୍ପଙ୍କ ସହିତ ଆମେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧ ବନ୍ଦ କରିପାରିବା । ସେ ଏହା ମଧ୍ୟ କହିଛନ୍ତି ଯେ ଏହା ଯେତେ ଶୀଘ୍ର ହେବ, ସେତେ ଭଲ । ଏହାସହିତ ପୁଟିନ କହିଛନ୍ତି ଯେ ରୁଷର ସୁରକ୍ଷା ସର୍ବୋପରି । ସେପଟେ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଆମର ପରବର୍ତ୍ତୀ ଆଲୋଚନା ମସ୍କୋରେ ହେବ ।
୨୦୨୨ରେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଉପୁଜିବା ପରେ ପୁଟିନ୍ ସେତେବଳର ଆମେରିକା ସରକାର ଜୋ ବାଇଡେନଙ୍କ ସହ ଶେଷ ସାକ୍ଷାତ ସମୟରେ ବୁଝାଇବାକୁ ଚେଷ୍ଟା କରିଥିଲେ ଯେ ଯେତେବେଳେ ଶତ୍ରୁତା, ଯୁଦ୍ଧର କଥା ଆସେ, ପରିସ୍ଥିତିକୁ ଏପରି ଏକ ବିନ୍ଦୁକୁ ଆଣିବା ଉଚିତ୍ ନୁହେଁ ଯେଉଁଠାରୁ କୌଣସି ପ୍ରତ୍ୟାବର୍ତ୍ତନ ନାହିଁ । ଏହା ଏକ ବଡ ଭୁଲ ବୋଲି ସିଧାସଳଖ ପୁଟନ କହିଥିଲେ । ହେଲେ ବାଇଡେନ୍ ସରକାର ତାଙ୍କ କଥାକୁ ଖାତିର କରିନଥିଲେ । ସାମରିକ କାର୍ଯ୍ୟାନୁଷ୍ଠାନ ଗମ୍ଭୀର ପରିଣାମ ଆଣିପାରେ ବୋଲି କହିବା ପରେ ମଧ୍ୟ ବାଇଡେନ ସରକାର ତାହାକୁ ବୁଝିନଥିଲେ ।
#WATCH | Alaska, USA | “… Today, when President Trump says had he been the President back then, there would have been no war, and I am quite sure it would indeed be so…,” says Russian President Vladimir Putin
He also says, “In 2022 during the last contact with the previous… pic.twitter.com/jJQJ4VQ91t
— ANI (@ANI) August 15, 2025



