www.samajalive.in
Wednesday, December 10, 2025
18.1 C
Bhubaneswar

ସ୍ୱାଧୀନତା ଦିବସ ପୂର୍ବରୁ ଏଲଓସିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ସମାଜ ଡିଜିଟାଲ ଡେସ୍କ: ଗୋଟିଏ ପଟେ ଦେଶ ୭୯ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ରୋକିବା ପାଇଁ, ସେନା ଏଲଓସିରେ ବିଶେଷ ପ୍ରସ୍ତୁତି କରିଛି । ଭାରତୀୟ ସେନା ଏଲଓସିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯାହା ଦ୍ୱାରା କୌଣସି ଅନୁପ୍ରବେଶକାରୀ କାଶ୍ମୀର ଦେଇ ଦେଶରେ ପ୍ରବେଶ କରି ଶାନ୍ତି ଭଙ୍ଗ କରିବାକୁ ଚେଷ୍ଟା କରିପାରିବେ ନାହିଁ । ଜମ୍ମୁ ଓ କାଶ୍ମୀରର କୁପୱାଡା ଜିଲାର ତଙ୍ଗଧାର ଗାଁରେ ସେନା ଏହି ତ୍ରିସ୍ତରୀୟ ରୋବୋଟିକ୍‍ ଅନୁପ୍ରବେଶ ବିରୋଧୀ ଗ୍ରୀଡ୍‍ ପ୍ରସ୍ତୁତ କରିଛି । ଜଣେ ଭାରତୀୟ ସେନା ଅଧିକାରୀଙ୍କ ସୂଚନା ଅନୁସାରେ ଏଲଓସିରେ ଶୂନ୍ୟ ଅନୁପ୍ରବେଶ ସୁନିଶ୍ଚିତ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ସ୍ଥଳଭାଗରେ ନିୟୋଜିତ ସୈନିକ ଭାବରେ ଆମର କାମ ହେଉଛି ଏହି ଅଞ୍ଚଳରେ ଶୂନ୍ୟ ଅନୁପ୍ରବେଶ ସ୍ଥାପନ, ବଜାୟ ରଖିବା ଏବଂ ସୁନିଶ୍ଚିତ କରିବା । ଆମେ ଏହା ତିନୋଟି ସ୍ତରରେ କରିଥାଉ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories