www.samajalive.in
Monday, December 8, 2025
27.1 C
Bhubaneswar

ହିମାଚଳରେ ବାଦଲଫଟା ବର୍ଷା ଯୋଗୁ ଅଚାନକ ବନ୍ୟା, ୩୦୦ ରାସ୍ତା ବନ୍ଦ

ସମାଜ ଡିଜିଟାଲ ଡେସ୍କ: ହିମାଚଳ ପ୍ରଦେଶରେ ପୁଣି ବାଦଲଫଟା ବର୍ଷା ଯୋଗୁ ବନ୍ୟା ବିତ୍ପାତ ଦେଖିବାକୁ ମିଳିଛି। ବନ୍ୟା ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ୩୦୦ରୁ ଅଧିକ ରାସ୍ତା ମାଟି ପଥରରେ ଜାମ ହେବା ସାଙ୍ଗକୁ ଅବରୋଧ ହୋଇରହିଛି। କୁଲ୍ଲୁ, ଶିମଲା ଏବଂ ଲାହଲ-ସ୍ପିତି ଜିଲାରେ ଅଚାନକ ବନ୍ୟା ସୃଷ୍ଟି ହୋଇଛି। ପାହାଡ଼ିଆ ଅଞ୍ଚଳରୁ ତଳିଆ ଅଞ୍ଚଳକୁ ବନ୍ୟା ଜଳ ମାଡ଼ି ଆସିଛି।

ଅଚାନକ ବନ୍ୟା ଯୋଗୁ ପାହାଡ଼ିଆ ଅଞ୍ଚଳରୁ ମାଟି ଅତଡ଼ା ଏବଂ ପଥର ଖଣ୍ଡ ଧସି ବିଭିନ୍ନ ସ୍ଥାନରେ ରାସ୍ତା ବନ୍ଦ ହୋଇଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ରାସ୍ତା ସଫା କରିବା କାର୍ଯ୍ୟରେ ଲାଗିଛନ୍ତି। କୁଲ୍ଲୁ ଜିଲାର ନିରମାନ୍ଦ ଉପଖଣ୍ଡ ଅଞ୍ଚଳରେ ଅଚାନକ ବନ୍ୟା ଆସିବା ଫଳରେ ବାଗିପୁଲ ବଜାର ଖାଲି କରାଯାଇଛି। ସେଠାରୁ ସମସ୍ତ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଏହି ଅଞ୍ଚଳରେ ଥିବା ଶ୍ରଖଣ୍ଡ ମହାଦେବ ପାହାଡ ଉପରେ ବାଦଲ ଫାଟି ବର୍ଷା ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

- Advertisement -

ସେହିପରି ବାଟହର ଗ୍ରାମ ନିକଟରେ ମଧ୍ୟ ବାଦଲ ଫଟା ବର୍ଷା ଯୋଗୁ ଅଚାନକ ବନ୍ୟା ଆସିଥିଲା। ଏହାଦ୍ଵାରା ୩ଟି ଗାଡ଼ି ଏବଂ ୪ ଘର ଭାସିଯାଇଥିଲା। ବନ୍ୟା ଯାଗୁ ତୀର୍ଥନ ନଦୀ ଜଳସ୍ତର ବୃଦ୍ଧି ପାଇଛି। ସେହି ଅଞ୍ଚଳରେ ବାସ କରୁଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories