www.samajalive.in
Friday, December 5, 2025
27.1 C
Bhubaneswar

ରାହୁ କାଳ ଆରମ୍ଭ: ଭୁଲରେ ବି ୨ଘଣ୍ଟା ପାଇଁ ରାଖି ବାନ୍ଧନ୍ତୁ ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମର ପ୍ରତୀକ ହେଉଛି ରାଖି । ଏହି ଦିନ ଭଉଣୀମାନେ ରାଖି ବାନ୍ଧି ଭାଇଠାରୁ ସାରା ଜୀବନ ପାଇଁ ସୁରକ୍ଷା ଲୋଡିଥାନ୍ତି । ଭାଇର ଶୁଭ ମନାସୀ ପୂଜାପାଠ କରି ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା ମଧ୍ୟ କରିଥାନ୍ତି । ଆଜି ରକ୍ଷା ବନ୍ଧନରେ କଣ ବିଶେଷ ରହିଛି ଚାଲନ୍ତୁ ଜାଣିବା ।
ଅଗଷ୍ଟ ୯ ତାରିଖ ଶନିବାର ଦିନ ପାଳନ ହେଉଛି ରକ୍ଷା ବନ୍ଧନ । ଏଥର ଭାଦ୍ର ସୂର୍ଯ୍ୟୋଦୟ ପୂର୍ବରୁ ଶେଷ ହୁଏ, ଏହି କାରଣରୁ ଏଥର ରକ୍ଷା ବନ୍ଧନ ପର୍ବରେ ଭାଦ୍ରବର ଛାୟା ପଡୁନାହିଁ । ଏପରି ପରିସ୍ଥିତିରେ ରାକ୍ଷୀ ପର୍ବ ପାଳନ ପାଇଁ ଆଜିର ଦିନ ସମ୍ପୂର୍ଣ୍ଣ ସର୍ବୋତ୍ତମ । ସର୍ବାର୍ଥ ସିଦ୍ଧି ଯୋଗ ଭଳି ଅନେକ ଶୁଭ ଯୋଗ ମଧ୍ୟ ପଡିଛି । ରାଖି ପୂର୍ଣ୍ଣିମାରେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ।
ଆଜି ରାହୁ କାଳ, ଆଦଳ ଯୋଗ, ଗୁଲିକ କାଳ, ଯମଗଣ୍ଡ, ଦୁର୍ମୁହୂର୍ତ୍ତ ଏବଂ ବର୍ଜ୍ୟ ମୁହୂର୍ତ୍ତରେ ରାଖି ବାନ୍ଧିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ । ରାହୁ କାଳ ସକାଳ ୯ଟା ୭ମିନିଟରୁ ୧୦:୪୭ମିନିଟ ପର୍ଯ୍ୟନ୍ତ ଏବଂ ଆଦଳ ଯୋଗ ଅପରାହ୍ନ ୨ଟା ୨୩ମିନିଟରୁ ପରଦିନ ସକାଳ ୫ଟା ୪୮ମିନିଟ ପର୍ଯ୍ୟନ୍ତ ରହିଛି । ସେହପରି ଗୁଲିକ କାଳ ସକାଳ ୫ଟା ୪୭ମିନିଟରୁ ସକାଳ ୭ଟା ୨୭ମିନିଟ ଏବଂ ବର୍ଜ୍ୟ ମୁହୂର୍ତ୍ତ ସନ୍ଧ୍ୟା ୬ଟା ୨୮ମିନିଟରୁ ୭ଟା ୫୨ମିନିଟ ଏବଂ ଯମଗଣ୍ଡ ଅପରାହ୍ନ ୨ଟା ୬ମିନିଟରୁ ଅପରାହ୍ନ ୩ଟା ୪୬ମିନିଟ ପର୍ଯ୍ୟନ୍ତ ରହିଛି ।
କେତେ ସମୟ ପର୍ଯ୍ୟନ୍ତ ରାଖି ବାନ୍ଧିବେ
ଶାସ୍ତ୍ରରେ ଏ ବିଷୟରେ କୌଣସି କଠୋର ନିୟମ ନାହିଁ । କିନ୍ତୁ ଧାର୍ମିକ ବିଶେଷଜ୍ଞମାନେ କହିଛନ୍ତି ଯେ ରାଖିକୁ ୨୪ଘଣ୍ଟା ଧରି ବାନ୍ଧି ରଖିବାକୁ ପଡିବ । ୨୪ଘଣ୍ଟା ପରେ ଏହାକୁ ଆପଣ ଯେକୌଣସି ସମୟରେ କାଢିପାରିବେ । ରକ୍ଷାବନ୍ଧନରେ ଘରର ୫ଟି କୋଣରେ ଘିଅ ଦୀପ ଜାଳିବା ଶୁଭ । ଏହା କେବଳ ଭଉଣୀମାନଙ୍କ ଜୀବନରେ ଖୁସି ଆଣିଥାଏ ତାହା ନୁହେଁ ବରଂ ଭାଇଙ୍କ ପାଇଁ ପ୍ରଗତିର ନୂତନ ପଥ ମଧ୍ୟ ଖୋଲିଥାଏ । ତେଣୁ ଆଜି ସନ୍ଧ୍ୟାରେ ଆପଣଙ୍କ ଘରର ମନ୍ଦିର, ରୋଷେଇ ଘର, ମୁଖ୍ୟ ଦ୍ୱାର, ସିନ୍ଦୁକ ପାଖରେ ଘିଅ ଦୀପ ଜାଳି ଦିଅନ୍ତୁ । ବିଷ୍ଣୁଙ୍କ ନାମ ନେଇ ତୁଳସୀ ଗଛ ପାଖରେ ଦୀପ ଜାଳି ଦିଅନ୍ତୁ ।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories