www.samajalive.in
Tuesday, December 9, 2025
16.1 C
Bhubaneswar

ଫେରୁ ନାହାନ୍ତି ଗାଁ ମୁହାଁ ହାତୀ; ଚିନ୍ତାରେ ଧାନ ଚାଷୀ

ରଣପୁରଗଡ : ବନ ବିଭାଗ ଜଙ୍ଗଲରେ ହାତୀଙ୍କ ସୁରକ୍ଷା ସହ ଖାଦ୍ୟ ଓ ପାଣି ପାଇଁ କୋଟି କୋଟି ଟଙ୍କା ବ୍ୟୟ କରି ଯୋଜନା କଲେ ମଧ୍ୟ ହାତୀ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି। ଜଙ୍ଗଲରେ ପୋଖରୀ ଖୋଳା, ଗଛ ଲଗା ହେଲା କିନ୍ତୁ ଜଙ୍ଗଲରେ ହାତୀ ରହୁନାହାନ୍ତି। ବନବିଭାଗର ଯୋଜନା ଫେଲ ପରେ କୃଷକଙ୍କ କ୍ଷୟକ୍ଷତି ସହାୟତା ପାଇଁ ଅନୁକମ୍ପା ଆପ୍‌ ଜରିଆରେ ଅଭିଯୋଗ ଗ୍ରହଣ କରାଯାଉଛି । ଗତବର୍ଷ ବନବିଭାଗ କର୍ମଚାରୀ କ୍ଷେତ୍ର ପରିଦର୍ଶନ କରି କ୍ଷୟକ୍ଷତି ଆକଳନ କଲେ କିନ୍ତୁ ଏଯାବତ କ୍ଷତିପୂରଣ ସହାୟତା ଏଯାଏଁ ମିଳି ନାହିଁ ବୋଲି ଅଭିଯୋଗ କରୁଛନ୍ତି ରଙ୍କଦେଉଳୀ ଗ୍ରାମ ପଞ୍ଚାୟତ ମାଳିସାହିର ଚାଷୀ ବାବୁଲି ଦଳ ବେହେରା । ଚଳିତ ବର୍ଷ ଜଙ୍ଗଲୀହାତୀ ରୁଆ ଧାନ ଗଛ ଦଳିଚକଟି ନଷ୍ଟ କରୁଛନ୍ତି। କୃଷକମାନେ ମୁଣ୍ଡରେ ହାତଦେଇ ବସିଥିବା ବେଳେ ଅଗଷ୍ଟ ୭ ତାରିଖ ରାତିରେ କେରଣ୍ଡାଟାଙ୍ଗି ଗ୍ରାମପଞ୍ଚାୟତ ଗୌରଚନ୍ଦ୍ରପୁର ରୁଆ ଧାନ ବିଲରେ ପଶି ଧାନ ଗଛ ଦଳି ଚକଟି ନଷ୍ଟ କରିଛନ୍ତି। କୃଷକମାନଙ୍କୁ ଏବେ ଜଙ୍ଗଲୀ ହାତୀ ଚିନ୍ତା। ଏହି ଅଞ୍ଚଳ ରଣପୁର ବନାଞ୍ଚଳ ଓ ଟାଙ୍ଗୀ ବନାଞ୍ଚଳ ସୀମା । ଟାଙ୍ଗୀ ବନାଞ୍ଚଳ ଅଧିକାରୀ ଦେବାଶିଷ ଭେ।ଇ କୁହନ୍ତି, ରଣପୁର ବନାଞ୍ଚଳ ବନ କର୍ମଚାରୀ ଆସିଥିଲେ। ଗୋପାଳପୁର ବନପାଳ ଅବିନାଶ ଖୁଣ୍ଟିଆ କହିଛନ୍ତି ଦୁଇଟି ହାତୀ ବୁଲୁଛନ୍ତି । ଗୋଟିଏ ହାତୀଠାରେ ଜିପିଏସ୍‌ କ୍ୟାମେରା ଲଗାଯାଇଛି । ହାତୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ଅପର ପକ୍ଷରେ ହାତୀଙ୍କୁ ଜଙ୍ଗଲକୁ ଫେରାଇନେବା ପାଇଁ ଜନସାଧାରଣ ଅନୁରୋଧ କରିଛନ୍ତି।

ଗୋଟିଏ ଦିନ ପରେ ଶ୍ରାବଣ ପୂର୍ଣ୍ଣିମା; ପୁଣି ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ.. ଏହି ୫ ରାଶିଙ୍କ ପାଇଁ ଆସୁଛି ବଡ ଖୁସି,ସଫଳତା, କିଣିବେ ଘର,ଗାଡି, ହେବେ ଭାଗ୍ୟଶାଳୀ..

ଜାଣନ୍ତୁ ରାଶି ଅନୁଯାୟୀ ଭାଇକୁ ବାନ୍ଧିବେ କେଉଁ ରଙ୍ଗର ରାକ୍ଷୀ, ଭଉଣୀକୁ ଦେବେ କି ଉପହାର..

- Advertisement -

ଦେଖନ୍ତୁ ଭିଡିଓ ;ଭୟଙ୍କର ଷଣ୍ଢ ଲଢେଇ ବେଳେ ଯାଉଥିଲେ ଯୁବତୀ, ଯାହା ଅବସ୍ଥା ହେଲା ଭୟରେ ଥରି ଉଠିବ ଛାତି..

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories