www.samajalive.in
Tuesday, December 9, 2025
16.1 C
Bhubaneswar

ଶିଶୁପାଳ ସାଜିଲା ବର, ମଦୁଆ ବୋଲି ବେଦିରୁ ଫେରାଇ ଦେଲା କନ୍ୟା

ଧର୍ମଗଡ : ମଦୁଆ ବରକୁ ବାହା ହେବାକୁ ମନା କରିଦେଲା କନ୍ୟା। ଫଳରେ ଶିଶୁପାଳ ହୋଇ ବରକୁ ଫେରିବାକୁ ପଡ଼ିଛି। ଏହି ଘଟଣା ଜୁନାଗଡ ଥାନା ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମରେ ଦେଖିବାକୁ ମିଳିଛି। ଜାତି ସମାଜ ଏହାର ଆପୋଷ ସମାଧାନ ପାଇଁ ଆଲୋଚନା କରିଥିଲେ ମଧ୍ୟ କୌଣସି ଫଳ ମିଳିନାହିଁ।

ସୂଚନା ଅନୁସାରେ, ଧର୍ମଗଡ ବସ୍ତିପଡାର ତ୍ରିନାଥ ନାଏକଙ୍କ ପୁଅ ଅମିତର ବାହାଘର ଜୁନାଗଡ ଥାନା ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମର ସଧର୍ମ ନାଏକଙ୍କ ଝିଅ ସହିତ ସ୍ଥିର ହୋଇଥିଲା। ବିବାହ ପାଇଁ ବର ପକ୍ଷ ଶୁକ୍ରବାର (୨୨ ତାରିଖ) ବର ଯାତ୍ରୀ ସହ କନ୍ୟା ଘରେ ପହଞ୍ଚିଥିଲେ। ବାଜା ରୋଷଣୀ ସହ ଧୁମଧାମରେ କନ୍ୟା ଘରେ ପହଞ୍ଚିବା ପରେ ସେଠାରେ ନିଜେ ବର ମଦ୍ୟ ପାନ କରି ଅସଞ୍ଜତ ହୋଇ ପଡିଥିଲେ। ଏହାକୁ ଦେଖି କନ୍ୟା ଏହି ବର ସହିତ ବାହା ହେବାକୁ ସଫା ସଫା ମନା କରିଦେଇଥିଲା। ଫଳରେ ବାଧ୍ୟ ହୋଇ ବର ଫେରି ଆସିଥିଲା। ଏହି ଘଟଣାକୁ ନେଇ ମାଳି ସମାଜ ପକ୍ଷରୁ ଶନିବାର ସମାଧାନ ପାଇ ଉଦ୍ୟମ କରାଯାଇଥିଲା। ଜିଲା ସଭାପତି ଲୋକେଶ୍ୱର ନାଏକ, ଉପ ସଭାପତି ତ୍ରିନାଥ ନାଏକ, ସମ୍ପାଦକ ଅଚ୍ୟୁତାନନ୍ଦ ନାଏକ, ଜୁନାଗଡ ସଭାପତି ଶ୍ରୀକାନ୍ତ ପୁଝାରୀ, ଉପ ସଭାପତି ରବିଶଙ୍କର ପୁଝାରୀ, ଅଜାମ୍ବିଳ ପୁଝାରୀ, ଶ୍ୟାମଘନ ପୁଝାରୀ, ଧୃବଚରଣ ନାଏକ, ଲକ୍ଷ୍ମଣ ଭୋଇ, କୈଳାଶ ନାଏକ ପ୍ରମୁଖଙ୍କ ଉପସ୍ଥିତିରେ ବହୁତ ବୁଝା ସୁଝା କରିାବା ସତ୍ତେ୍ବ କନ୍ୟା ଏହି ବାହାଘର ପାଇଁ ରାଜି ହୋଇ ନଥିଲା। ଜିଲାରେ ବିଷାକ୍ତ ମଦ ମୃତ୍ୟୁ ଘଟଣା ନେଇ କିଛି ବର୍ଷ ତଳେ ଚର୍ଚ୍ଚା ହୋଇଥିଲା। ଏବେ ମଦ ପାଇଁ ବେଦୀରୁ ବରକୁ ଫେରାଇ ଦେବା ଭଳି ଘଟଣା ଦେଖିବାକୁ ମିଳିଛି। ଏହାକୁ ନେଇ ଅଞ୍ଚଳରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ମଦକୁ ବନ୍ଦ କରିବାକୁ ଦାବି ଜୋର ଧରୁଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories