www.samajalive.in
Monday, December 8, 2025
27.1 C
Bhubaneswar

ଦେଖନ୍ତୁ ଭିଡିଓ .. ମାନବିକତା ଦେଖାଇଲେ ଟ୍ରାଫିକ୍‌ ପୁଲିସ; ମୃତ୍ୟୁ ମୁହଁରୁ ରକ୍ଷା କଲେ କାର୍‌ ଚାଳକଙ୍କ ଜୀବନ..

ନୂଆଦିଲ୍ଲୀ : ବିଚ୍‌ ରାସ୍ତାରେ ଯୁବକଙ୍କ ଜୀବନ ରକ୍ଷା କଲେ ଟ୍ରାଫିକ୍‌ ପୁଲିସ । ଘଟଣାର ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ହରିୟାଣାର ଗୁରୁଗାଓଁରେ ଟ୍ରାଫିକ୍‌ ପୁଲିସ ଭାବେ କାର୍ଯ୍ୟରତ ଏଏସଆଇ କୃଷ୍ଣ କୁମାର ମାନବିକତା ଓ କର୍ତ୍ତବ୍ୟ ପାଇଁ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବା ସହ ପ୍ରେରଣା ପାଲଟିଛନ୍ତି । ସେ ଜଣେ କାର୍‌ ଚାଳକଙ୍କୁ ମୃତ୍ୟୁ ମୁହଁରୁ ରକ୍ଷା କରିଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଟ୍ରାଫିକ୍‌ ପୁଲିସ ଜଣକ କାର୍ଯ୍ୟରେ ଥିବା ସମୟରେ ଦେଖିଥିଲେ ଯେ, ବିଚ୍‌ ରାସ୍ତାରେ ଜଣେ ଯୁବକ କାର୍‌ ଚଲାଉଥିବା ସମୟରେ ହଠାତ୍‌ ଅଟକି ଯାଇଥିଲେ । ସେ କାର୍‌ ନିକଟକୁ ଯାଇ ଦେଖିବା ବେଳକୁ ଯୁବକ ଜଣକ ଅଚେତ୍‌ ଅବସ୍ଥାରେ ଥିଲେ । ତାଙ୍କ ସ୍ୱାସ୍ଥ୍ୟ ଗୁରୁତର ଥିବା ଏଏସଆଇ ଅନୁଭବ କରି କାଳ ବିଳମ୍ବ ନକରି ନିଜର ସାଥି କର୍ମଚାରୀ ଓ ଉପସ୍ଥିତ ଥିବା କିଛି ଲୋକଙ୍କ ସହଯୋଗ ନେଇ କାର୍‌ ଭିତରୁ ଯୁବକଙ୍କୁ ବାହାରକୁ ଆଣି ତାଙ୍କୁ ସିପିଆର୍‌ ଦେବା ଆରମ୍ଭ କରିଥିଲେ । କିଛି ସମୟରେ କାର୍‌ ଚାଳକଙ୍କୁ ଚେତା ଫେରି ଆସିଥିଲା । ଚେତା ଆସିବା ପରେ ପୁଲିସ କର୍ମୀ ତାଙ୍କୁ ପାଣି ପିଇବା ସହ ଆରାମ ଅନୁଭବ କରାଇଥିଲେ ।

- Advertisement -

ଏହାପରେ କାର୍‌ ଚାଳକଙ୍କ ପରିବାରକୁ ଏନେଇ ଏଏସଆଇ ଅବଗତ କରାଇଥିଲେ । ଚାଳକ ଜଣକ ଗୁରୁଗାଓଁର ବାସିନ୍ଦା ବୋଲି ଜଣାପଡିଛି । ପରିବାର ଲୋକେ ପହଞ୍ଚି ଏଏସଆଇ ଓ ଉପସ୍ଥିତ ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଶଂସା କରିଥିଲେ । ଭିଡିଓ ସେୟାର କରିବା ପରେ ଲୋକେ ଏହାକୁ ଦେଖି ଭିନ୍ନ ଭିନ୍ନ ମତ ଦେବା ସହ ଟ୍ରାଫିକ୍‌ ପୁଲିସଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି ।

୧୮ ବର୍ଷ ପରେ ଏକାଠି ହେବେ ସୂର୍ଯ୍ୟ-କେତୁ : ଏହି ରାଶିଙ୍କୁ ଦେବେ ଧନ ଠାରୁ ଆରମ୍ଭ କରି ବିବାହ ସବୁଥିରେ ସଫଳତା, ଦୂର ହେବ ଚିନ୍ତା..

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories