www.samajalive.in
Friday, December 5, 2025
27.1 C
Bhubaneswar

୭୪ ହଜାର ବଗିରେ ଲାଗିବ ସିସିଟିଭି କ୍ୟାମେରା

ନୂଆଦିଲ୍ଲୀ: ରେଳବାଇ ପକ୍ଷରୁ ଆଗାମୀ ଦିନରେ ୭୪,୦୦୦ ବଗିରେ ସିସିଟିଭି କ୍ୟାମେରା ଖଞ୍ଜାଯିବ ବୋଲି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବୁଧବାର ଲୋକସଭାରେ ସୂଚନା ଦେଇଛନ୍ତି। ପ୍ରତ୍ୟେକ ବଗିର ପ୍ରବେଶ ପଥରେ ୪ଟି ସିସିଟିଭି କ୍ୟାମେରା ଖଞ୍ଜାଯିବ। ଏହାବ୍ୟତୀତ ୧୫ ହଜାର ରେଳ ଇଞ୍ଜିନରେ ମଧ୍ୟ ଏହି ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଇଞ୍ଜିନର ସମ୍ମୁଖ, ପଛପଟ, ଦୁଇ ପାର୍ଶ୍ବ ଏବଂ ଲୋକୋ ପାଇଲଟଙ୍କ ସମ୍ମୁଖରେ ଥିବା ପ୍ରତ୍ୟେକ କ୍ୟାବ୍‌ରେ ଗୋଟିଏ ଲେଖାଏଁ କ୍ୟାମେରା (ମାଇକ୍ରୋଫୋନ ସହ) ଖଞ୍ଜାଯିବ। ୧୦୦ କିମି କିମ୍ବା ତାହାଠାରୁ ଅଧିକ ବେଗରେ ଟ୍ରେନଟି ଯାଉଥିଲେ ସୁଦ୍ଧା ଏହି ସିସିଟିଭି କ୍ୟାମେରା ଉତ୍ତମ ମାନର ଭିଡିଓ ଚିତ୍ର ଉତ୍ତୋଳନ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଯାତ୍ରୀଙ୍କ ସୁରକ୍ଷା ପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଉଛି। ରେଳବାଇ ପକ୍ଷରୁ ଇତିମଧ୍ୟରେ ୧୧ ହଜାରରୁ ଅଧିକ ବଗିରେ ସିସିଟିଭି କ୍ୟାମେରା ଖଞ୍ଜାଯାଇ ସାରିଲାଣି। ତେବେ ସିସିଟିଭି ଖଞ୍ଜାଯିବା ଦ୍ବାରା ଯାତ୍ରୀଙ୍କ ବ୍ୟକ୍ତିଗତ ଗୋପନୀୟତା ପ୍ରତି ଆଞ୍ଚ ଆସିବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଅପରପକ୍ଷରେ ଅସଂରକ୍ଷିତ ବଗିଗୁଡିକରେ ଯାତ୍ରୀଙ୍କ ସୁବିଧା ପାଇଁ ମଧ୍ୟ ଧ୍ୟାନ ଦିଆଯାଉଛି। ଦୂରଗାମୀ ଟ୍ରେନଗୁଡିକର ଅସଂରକ୍ଷିତ (ଜେନେରାଲ) ବଗିରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କ ପ୍ରତି ଯତ୍ନବାନ ହେବା ମନ୍ତ୍ରଣାଳୟର ଦାୟିତ୍ବ ବୋଲି କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories