www.samajalive.in
Saturday, December 6, 2025
26.1 C
Bhubaneswar

ସତ ହେବାକୁ ଯାଉଛି WHOର ଭବିଷ୍ୟବାଣୀ! ଫେରିଲା ୭୩ବର୍ଷ ତଳର ଭାଇରସ, ଚୀନରେ ହାହାକାର

ସମାଜ ଡିଜିଟାଲ ଡେସ୍କ: ପ୍ରାୟ ୨୦ବର୍ଷ ପୂର୍ବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ଏକ ଭାଇରସ୍‍ ପୁଣି ଥରେ ଫେରିଛି। ଏହି ଭାଇରସର ନାମ ଚିକୁନଗୁନିଆ । ଗତ କିଛି ମାସ ମଧ୍ୟରେ ଲା ରିୟୁନିଅନ୍‍, ମାୟୋଟ୍‍ ଏବଂ ମରିସସ୍‍ ଭଳି ଦ୍ୱୀପପୁଞ୍ଜରୁ ମୋଡାଗାସ୍କର, ସୋମାଲିଆ ଏବଂ କେନିଆ ଭଳି ଆଫ୍ରିକୀୟ ଦେଶଗୁଡିକୁ ଚିକୁନଗୁନିଆ ଭାଇରସ୍‍ ବ୍ୟାପିଛି। ଏବେ ଏହା ଚୀନରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଚୀନର ଗ୍ୱାଙ୍ଗଡୋଙ୍ଗ ପ୍ରଦେଶରେ ମଶା ବାହିତ ଚିକୁନଗୁନିଆ ଭାଇରସ୍‍ ର ୭ହଜାରରୁ ଅଧିକ ମାମଲା ରିପୋର୍ଟ ହୋଇଛି। ଏହି ଭାଇରସ୍‍ କୁ ମହାମାରୀ ହେବାରୁ ରୋକିବା ପାଇଁ ଚୀନରେ ମଶା ମୁକ୍ତି ଅଭିଯାନ ଆରମ୍ଭ କରାଯାଇଛି। ଯାହା ଚିକୁନଗୁନିଆ ବ୍ୟାପୁଥିବା ମଶାଙ୍କୁ ନିପାତ କରିପାରିବ। ଚୀନ୍‍ ପ୍ରଦେଶର ସମସ୍ତ ଲୋକଙ୍କୁ ସେମାନଙ୍କ ଘରେ ଜମା ହୋଇଥିବା ପାଣିକୁ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପରି ନକରିଲେ ୧ଲକ୍ଷ ଟଙ୍କାରୁ ଅଧିକ ଜରିମାନା ଦେବାକୁ ମଧ୍ୟ ଚେତାବନୀ ଦିଆଯାଇଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଗତ ମାସରେ ଚେତାବନୀ ଦେଇଥିଲା ଯେ ଚିକୁନଗୁନିଆ ଏସୀୟ ଦେଶରୁ ୟୁରୋପ ପର୍ଯ୍ୟନ୍ତ ବିନାଶ ଆଣିପାରେ। ବର୍ତ୍ତମାନ ଏସିଆ ଏବଂ ୟୁରୋପର ଅନେକ ଦେଶରେ ଏହାର ମାମଲା ନିରନ୍ତର ବୃଦ୍ଧି ପାଉଛି।  ହୁ କହିଥିଲା ଯେ ବର୍ତ୍ତମାନ ୧୧୯ ଦେଶର ପ୍ରାୟ ୫୬୦କୋଟି ଲୋକ ଚିକୁନଗୁନିଆ ସଂକ୍ରମଣର ବିପଦରେ ଅଛନ୍ତି । ପ୍ରତିବର୍ଷ କେବଳ ଚୀନରେ ନୁହେଁ ବରଂ ଭାରତରେ ମଧ୍ୟ ଚିକୁନଗୁନିଆ ସଂକ୍ରମଣର ବିପଦ ରହିଛି । ପ୍ରତିବର୍ଷ କେବଳ ଚୀନରେ ନୁହେଁ ବରଂ ଭାରତରେ ମଧ୍ୟ ଚିକୁନିଗୁିନଆ ମାମଲା ଦେଖାଯାଏ । ବର୍ଷା ଋତୁରେ ମଶା ବୃଦ୍ଧି ପାଏ ଏବଂ ଏହି ଭାଇରସ୍‍ ମଧ୍ୟ ଅଧିକ ବ୍ୟାପିବାକୁ ଲାଗେ । ୨୦୦୫ ମସିହାରେ ଚିକୁନଗୁନିଆ ଏକ ମହାମାରୀ ରୂପ ନେଇଥିଲା। ଏହାପରେ ଏହି ରୋଗ ଭାରତ ମହାସାଗରର ଛୋଟ ଦ୍ୱୀପପୁଞ୍ଜରୁ ଆରମ୍ଭ ହୋଇ ୫ଲକ୍ଷରୁ ଅଧିକ ଲୋକଙ୍କ ନିକଟରେ ବ୍ୟାପିଥିଲା।
ବିଶେଷଜ୍ଞଙ୍କ ମତରେ ଏହା ଏକ ଭାଇରାଲ ଜ୍ୱର ଯାହା ମଶା ମାଧ୍ୟମରେ ବ୍ୟାପିଥାଏ। ଏହା ଏଡିସ୍‍ ଏଜିପ୍ଟି ଏବଂ ଏଡିସ୍‍ ଆଲବୋପିକ୍ଟସ୍‍ ମଶା ଦ୍ୱାରା ବ୍ୟାପିଥିବା ଏକ ଭାଇରସ୍‍। ଏହି ମଶା ଦିନରେ ଅଧିକ ସକ୍ରିୟ ଥାଆନ୍ତି । ଚିକନଗୁନିଆ ଭେଇରସ୍‍ ପ୍ରଥମେ ୧୯୫୨ମସିହାରେ ତାଞ୍ଜାନିଆରେ ଚିହ୍ନଟ ହୋଇଥିଲା। ଏହି ରୋଗ ଶରୀରରେ ଗଣ୍ଠି ଯନ୍ତ୍ରଣା ସୃଷ୍ଟି କରେ, ଯାହା ଚାଲିବା କଷ୍ଟକର କରିଥାଏ। ଯେତେବେଳେ ଏକ ମଶା ଚିକୁନଗୁନିଆ ଭାଇରସ୍‍ ଦ୍ୱାରା ସଂକ୍ରମିତ ବ୍ୟାକ୍ତିଙ୍କୁ କାମୁଡେ, ସେତେବେଳେ ଭାଇରସ୍‍ ତାଙ୍କ ଶରୀରରେ ପ୍ରବେଶ କରେ। ଏହା ସିଧାସଳଖ ସମ୍ପର୍କ ମାଧ୍ୟମରେ ବ୍ୟକ୍ତିରୁ ବ୍ୟାପି ନଥାଏ, କିନ୍ତୁ ସମାନ ସ୍ଥାନରେ ଏକ ସମୟରେ ଅନେକ ଲୋକଙ୍କୁ ଅସୁସ୍ଥ କରିପାରେ। ବିଶେଷକରି ବର୍ଷା ଋତୁରେ ଏହାର ପ୍ରକୋପ ବୃଦ୍ଧି ପାଇଥାଏ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories