www.samajalive.in
Monday, December 8, 2025
27.1 C
Bhubaneswar

ସିରାଜ୍‌ଙ୍କ ସଫଳତା ପଛରେ ରୋନାଲ୍‌ଡୋ

ଲଣ୍ଡନ: ଓଭାଲ୍‌ ଟେଷ୍ଟର ଅନ୍ତିମ ଦିନରେ ଜିତିବା ପାଇଁ ଇଂଲଣ୍ଡ ୩୫ ରନ୍‌ ଓ ଭାରତ ୪ଟି ୱିକେଟ୍‌ ଆବଶ୍ୟକ କରୁଥିଲା। ମହମ୍ମଦ ସିରାଜ୍‌ ଏହି ୪ଟିରୁ ୩ଟି ୱିକେଟ୍‌ ନେଇ ଭାରତକୁ ୬ ରନ୍‌ରେ ସ୍ମରଣୀୟ ବିଜୟ ଦେଇଛନ୍ତି। ପ୍ରଥମ ଇନିଂସରେ ୪ଟି ଓ ଦ୍ବିତୀୟ ଇନିଂସରେ ୫ଟି; ଏହିପରି ମୋଟ ୯ଟି ୱିକେଟ୍‌ ନେଇ ସିରାଜ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ। ଭାରତ ମ୍ୟାଚ୍‌ ଜିତିବା ପରେ ସିରାଜ୍ କହିଥିଲେ, ଆମେ ମ୍ୟାଚ୍‌ ଜିତିବୁ ବୋଲି ମୋର ବିଶ୍ବାସ ଥିଲା। ସକାଳୁ ଦୁଇ ଘଣ୍ଟା ଆଗରୁ ଉଠି ମୋବାଇଲ୍‌ ଫୋନ୍‌ରୁ ଏକ ପ୍ରେରଣାଦାୟୀ ୱାଲ୍‌ପେପର ଖୋଜିଥିଲି। ଖୋଜୁଖୋଜୁ ମୋତେ ମୋର ଆଦର୍ଶ ତଥା ପର୍ତ୍ତୁଗାଲର ମହାନ୍ ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲ୍‌ଡୋଙ୍କ ୱାଲ୍‌ପେପର ମିଳିଥିଲା; ଯେଉଁଥିରେ ଲେଖାଥିଲା ‘ବିଲିଭ୍‌’ (ବିଶ୍ବାସ ରଖ)। ଏହାକୁ ମୋ ଫୋନ୍‌ର ୱାଲ୍‌ପେପର କରିଦେଲି। ପରେ ମୋର ବିଶ୍ବାସ ଜନ୍ମିଥିଲା ​ଯେ ଇଂଲଣ୍ଡ ୩୫ ରନ୍‌ କରିବା ପୂର୍ବରୁ ମୁଁ ଏହି ଦଳକୁ ଅଲ୍‌ଆଉଟ୍‌ କରିଦେବି। ମୋର ଆତ୍ମବିଶ୍ବାସ ବହୁତ ବଢ଼ି ଯାଇଥିଲା। ଇଂଲଣ୍ଡ ୩ ୱିକେଟ୍‌ରେ ୩୦୧ ରନ୍‌ କରିଥିଲେ ହେଁ ଆମେ ନିଜ ଉପରୁ ବିଶ୍ବାସ ହରାଇ ନଥିଲୁ। ୧୪୦ କୋଟି ଭାରତୀୟଙ୍କ ପାଇଁ ମୁଁ ଏହି ମ୍ୟାଚ୍‌ ଜିତିବାକୁ ଚାହୁଁଥିଲି।

 

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories