www.samajalive.in
Thursday, December 11, 2025
27.1 C
Bhubaneswar

ଓଭାଲ ଟେଷ୍ଟର ହିରୋ ସିରାଜ, କ୍ରିଷ୍ଣା

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଇଥିବା ଶେଷ ଟେଷ୍ଟରେ ଘରୋଇ ଦଳକୁ ପରାଜିତ ହେବାକୁ ପଡ଼ିଛି। ଘରୋଇ ପିଚ୍‌ରେ ଇଂଲଣ୍ଡ ହରାଇବା ଏତେ ସହଜ ନ ଥିଲେ ବି ଭାରତୀୟ ବୋଲର ପ୍ରତିପକ୍ଷ ବ୍ୟାଟ୍ସମ୍ୟାନମାନଙ୍କୁ ଧୂଳି ଚଟାଇ ଦେଇଛନ୍ତି। ଏହି ବିଜୟରେ ହିରୋ ସାଜିଥିଲେ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା। ଉଭୟଙ୍କ ଯୋଡ଼ି ବିଦେଶ ମାଟିରେ ଭାରତର ସମ୍ମାନ ରକ୍ଷା କରିବାରେ ସହାୟକ ହୋଇଛି। ୫ ମ୍ୟାଚ ବିଶିଷ୍ଟ ସିରିଜକୁ ଇଂଲଣ୍ଡ ସହଜରେ କବଜା କରିବାକୁ ଯାଉଥିବାବେଳେ ଉଭୟ ଭାରତୀୟ ବୋଲରଙ୍କ ଚମତ୍କାର ବୋଲିଂ ଦଳକୁ ବିଜୟ ଭେଟି ଦେଇଛି। ଯାହାଫଳରେ ଭାରତ ଏହି ସିରିଜକୁ ଡ୍ର’ ରଖିବାରେ ସଫଳ ହୋଇଛି।

ଓଭାଲ ଟେଷ୍ଟ ଭାରତ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଥିଲା। ୨-୧ରେ ଆଗୁଆ ଥିବା ଇଂଲଣ୍ଡ ସିରିଜ ବିଜୟର ଦ୍ଵାରଦେଶରେ ରହିଥିଲା। କିନ୍ତୁ ଭାରତୀୟ ବୋଲରମାନେ ଇଂଲଣ୍ଡର ବିଜୟ ଆଶାକୁ ଧୂଳିସାତ କରିଦେଇଛନ୍ତି। ଶେଷ ମ୍ୟାଚରେ ଭାରତ ଏହାର ଷ୍ଟାର ବୋଲର ଯଶପ୍ରୀତ ବୁମରାଙ୍କ ବିନା ପଡ଼ିଆକୁ ଓହ୍ଲାଇଥିଲା। ଲୋ ସ୍କୋରିଂ ମ୍ୟାଚରେ ବୋଲରଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଥିଲାବେଳେ ଭାରତୀୟ ବୋଲରମାନେ ଏହାକୁ ନିଷ୍ଠାର ସହିତ ତୁଲାଇଥିଲେ। ବିଶେଷକରି ସିରାଜ ଏବଂ କ୍ରିଷ୍ଣାଙ୍କ ଦମଦାର ବୋଲିଂ ଭାରତକୁ ବିଜୟ ଆଣିଦେଇଥିଲା।

- Advertisement -

ପ୍ରଥମ ପାଳିରେ ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୪ଟି ଲେଖାଏ ଉଇକେଟ ନେଇଥିଲେ। ଆକାଶ ଦୀପ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ। ୨ୟ ପାଳିରେ ସିରାଜ ୫ ଉଇକେଟ ନେଇଥିବାବେଳେ କ୍ରିଷ୍ଣା ୪ଟି ଏବଂ ଆକାଶ ଗୋଟିଏ ଉଇକେଟ ହାସଲ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Hot this week

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

Related Articles

Popular Categories