www.samajalive.in
Tuesday, December 9, 2025
17.1 C
Bhubaneswar

ଅଭିଯୋଗ ଶୁଣାଣିର ନୂଆ ଉପାୟ ଅବଲମ୍ବନ କଲେ ଗଞ୍ଜାମ ଜିଲ୍ଲାପାଳ, ଅଭିଯୋଗ ଗୁଡିକର ହେବ ଟ୍ରାକିଂ

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ନୂଆ ତରିକା ଅବଲମ୍ବନ କରିଛନ୍ତି ଜିଲ୍ଲା ପ୍ରଶାସନ । ଏଣିକି ଅଭିଯୋଗର ତ୍ୱରିତ ସମାଧାନ ନେଇ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ  ଗୁରୁତ୍ୱ ଦେଇଛନ୍ତି । ଅଭିଯୋଗ ଶୁଣାଣୀରେ ସଂଗେ ସଂଗେ ଅଭିଯୋଗ ପତ୍ରର ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ନିଜେ ଆଜି ଜିଲ୍ଲାପାଳ ଛତ୍ରପୁର ସ୍ଥିତ ଜଉଗଡ଼ ସମ୍ମିଳନୀ କକ୍ଷରେ ଆୟୋଜିତ ଅଭିଯୋଗ ଶୁଣାଣୀରେ ପ୍ରତେକ ଅଭିଯୋଗର ଟ୍ରାକ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ନିଜେ ଜିଲ୍ଲାପାଳ ନିଜ ଲାପଟପରେ ଏହା କରୁଥିବା ଦେଖିବାକୁ ମିଳିଛି । ଅଭିଯୋଗକାରୀ ମଧ୍ୟ ଟ୍ରାକ କରି ସ୍ଥିତି ଜାଣିପାରିବେ । ଅଭିଯୋଗକାରୀଙ୍କ ଅଭିଯୋଗର କଣ ସ୍ଥିତି ରହିଛି ନିଜେ ମଧ୍ୟ ଜାଣିପାରିବେ । ଅଭିଯୋଗ ଗୁଡିକ ନିଦ୍ଧାରିତ ସମୟ ମଧ୍ୟରେ ଟ୍ରାକିଙ୍ଗ କରିବା ପାଇଁ ଏବଂ ଲୋକମାନେ ନିଜ ନିଜ ଅଭିଯୋଗ ଷ୍ଟାଟସ ଜାଣିବା ପାଇଁ ଏହି ବ୍ୟବସ୍ଥା ସହଯୋଗ କରିବ ବୋଲି ଜିଲ୍ଲାପାଳ କହିଥିଲେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories