www.samajalive.in
Monday, December 8, 2025
27.1 C
Bhubaneswar

‘ଦି ସି ଆଣ୍ଡ ସେଭେନ ଭିଲେଜେସ’: ‘ଜୁରି ସ୍ପେସିଆଲ ମେନସନ ପୁରସ୍କାର ମନୋନୀତ

ଭୁବନେଶ୍ଵର: ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ସରିଛି । ଏଥିରେ କାଦମ୍ବିନୀ ମିଡିଆ ବ୍ୟାନରରେ ନିର୍ମିତ ,ଡ଼. ଅଚୁତ ସାମନ୍ତଙ୍କ ନିବେଦିତ ,ଡ଼.ଇତି ସାମନ୍ତଙ୍କ ପ୍ରଯୋଜିତ ତଥା ପୂର୍ବରୁ ଦୁଇ ଦୁଇଥର ଜାତୀୟ ପୁରସ୍କାର ପ୍ରାପ୍ତ ସୁଖ୍ୟାତ ନିର୍ଦ୍ଦେଶକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଖଟୁଆଙ୍କ ନିର୍ଦ୍ଦେଶୀତ ‘ଦି ସି ଆଣ୍ଡ ସେଭେନ ଭିଲେଜେସ’ ଜାତୀୟ ସ୍ତରରେ ଅଣଫିଚର କାଟାଗୋରୀରେ ,’ଜୁରି ସ୍ପେସିଆଲ ମେନସନ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛି। କ୍ଳାଇମେଟ ପରିବର୍ତ୍ତନ ପରିପ୍ରେକ୍ଷୀରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଅଞ୍ଚଳକୁ ନେଇ ଏହି ଚଳଚ୍ଚିତ୍ରଟି ପ୍ରସ୍ତୁତ ।ସୂଚନାଯୋଗ୍ୟ ଯେ , ‘ଦି ସି ଆଣ୍ଡ ସେଭେନ ଭିଲେଜେସ ‘ ଏହା ପୂର୍ବରୁ ଇଫିର ଭାରତୀୟ ପାନୋରମାରେ ପ୍ରଦର୍ଶିତ ହେବା ସହ କେରଳ ଇଣ୍ଟରନାସନାଲ ଡକୁମେଣ୍ଟାରୀ ଆଣ୍ଡ ସର୍ଟ ଫିଲ୍ମ ଫେଷ୍ଟିଭାଲ ,ଜାଗରଣ ଫିଲ୍ମ ଫେଷ୍ଟିଭାଲ ,ପଚିସିତମ ମଦୁରାଇ ଫିଲ୍ମ ଫେଷ୍ଟିଭାଲ ,ୟୁ କେ ଲେଣ୍ଡେକ ଫିଲ୍ମ ଫେଷ୍ଟିଭାଲ , ଦଶମ ସିଲିଗୁଡି ଫିଲ୍ମ ଫେଷ୍ଟିଭାଲ ସମେତ ୩୪ ଟି ସହରରେ ପ୍ରଦର୍ଶିତ ହୋଇ ସାରିଛି।ଜାତୀୟ ସ୍ତରରେ ଅଣ ଫିଚର କାଟା ଗୋରୀରେ ଏହି ସିନେମା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ‘ଜୁରି ସ୍ପେସିଆଲ ମେନସନ’ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହା ପୂର୍ବରୁ ଏହି ବ୍ୟାନରରେ ନିର୍ମିତ ସିନେମା ‘କଥାନ୍ତର’ ମଧ୍ୟ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଜାତୀୟ ପୁରସ୍କାର ଲାଭ କରି ସାରିଛି।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories