www.samajalive.in
Saturday, December 6, 2025
26.1 C
Bhubaneswar

ମାଲେଗାଓଁ ବିସ୍ଫୋରଣ ମାମଲାରେ ମୋହନ ଭାଗବତଙ୍କୁ ଗିରଫ ନିର୍ଦେଶ ଥିଲା: ପୂର୍ବତନ ଏଟିଏସ ଅଧିକାରୀ

ସମାଜ ଡିଜିଟାଲ ଡେସ୍କ: ୨୦୦୮ ମା​‌ଲେଗାଓଁ ବିସ୍ଫୋରଣ ମାମଲାରେ ଆରଏସଏସ(ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ) ମୁଖ୍ୟ ମୋହନ ଭାଗବତଙ୍କୁ ଗିରଫ କରିବାକୁ ନିର୍ଦେଶ ରହିଥିଲା। ଏହାର ଖୁଲାସା କରିଛନ୍ତି ମାମଲାର ତଦନ୍ତ କରୁଥିବା ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କ୍ଵାଡ୍‌(ଏଟିଏସ)ର ପୂର୍ବତନ ଅଧିକାରୀ ମେହିବୁବ ମୁଜାଓ୍ବର। ଏପରି କି ସେ ଉକ୍ତ ଆଦେଶ ପାଳନ ନ କରିବାରୁ ତାଙ୍କ ବିରୋଧରେ ମିଥ୍ୟା ମାମଲା ରୁଜୁ କରି ତାଙ୍କ ୪୦ ବର୍ଷର କ୍ୟାରିୟରକୁ ବରବାଦ କରିଦିଆଯାଇଥିଲା ବୋଲି କହିଛନ୍ତି।

ମୁଜାଓ୍ବର ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ କହିଛନ୍ତି ଯେ, ମାମଲାର ତଦନ୍ତ ଚାଲିଥିବା ସମୟରେ ଭାଗବତଙ୍କୁ ଗିରଫ କରିବାକୁ ତାଙ୍କୁ ଉପରୁ ନିର୍ଦେଶ ଦିଆଯାଇଥିଲା। ଏହି ଘଟଣା ପଛରେ ‘ଗେରୁଆ ଆତଙ୍କବାଦ’ର ସମ୍ପୃକ୍ତି ରହିଥିବା ପ୍ରମାଣିତ କରିବା ଏଭଳି ନିର୍ଦେଶର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏସବୁ ନିର୍ଦେଶକୁ ପାଳନ କରିବା ସମ୍ଭବ ନ ଥିଲା। ସେ ବାସ୍ତବତା ଜାଣିଥିଲେ। ତେଣୁ ଭାଗବତଙ୍କ ଭଳି ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ଵଙ୍କୁ ଗିରଫ କରିବା ତାଙ୍କ ଦକ୍ଷତା ବାହାରେ ଥିଲା ବୋଲି ମୁଜାଓ୍ବର କହିଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories