www.samajalive.in
Monday, December 8, 2025
27.1 C
Bhubaneswar

କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାର ତଦନ୍ତ ଆରମ୍ଭ; ପିଅନ ଗିରଫ

ସମାଜ ଡିଜିଟାଲ ଡେସ୍କ: ଗଜପତି ଜିଲାର ଆର.ଉଦୟଗିରି ଆରଡବ୍ଲୁୃଏସଏସର କନିଷ୍ଠ ଯନ୍ତ୍ରୀ ସଚିନ ଗୌଡଙ୍କୁ ପରିସ୍ରା ପିଆଇବା ଘଟଣାରେ ପୁଲିସର ତଦନ୍ତ ଆରମ୍ଭ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କର୍ମଚାରଙ୍କ ପରିସ୍ରା ନମୁନା ପରୀକ୍ଷା ହେବ ବୋଲି କୁହାଯାଇଛି । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ଆର.ଉଦୟଗିରି ଥାନା ପୁଲିସ ଗିରଫ କରି ପଚରାଉଚରା କରୁଛି । ପାଣି ବଦଳରେ ଯନ୍ତ୍ରୀଙ୍କୁ ପରିସ୍ରା ପିଇବାକୁ ଦେଇଥିଲେ ପିଅନ । ଆର.ଉଦୟଗିରି ଥାନାରେ ଯନ୍ତ୍ରୀଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି । ଘଟଣାରେ କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାୀଙ୍କ ପରିସ୍ରା ନମୁନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି ଏସଡିପିଓ କହିଛନ୍ତି ।
ସୂଚନା ଅନୁସାରେ ଗତ ୨୨ତାରିଖରେ ଆର.ଉଦୟଗିରି ଆରଡବ୍ଲ୍ୟୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ ଗୌଡ ଯୋଗ ଦେଇଥିଲେ । ୨୩ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ପିଅନ ଜଣଙ୍କ ପ୍ଲାଷ୍ଟିକ୍‍ ବୋତଲରେ ପାଣି ଆଣି ଦେଇଥିଲେ । ହେଲେ ଯନ୍ତ୍ରୀ ଜଣଙ୍କ ତାହା ପିଇବା ପରେ ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା କରାଇଥିଲେ । ସେଠାରେ ପାଣିରେ ପରିସ୍ରା ନମୁନା ବାହାରିଥିଲା ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories