ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତର ହୁମ୍ମା ନୂଆସାହିର ଗଣେଶ ପରିଡ଼ା(୨୫) ନାମକ ଯୁବକ କର୍କଟ ରୋଗରେ ଆକ୍ରାନ୍ତ। ସେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଚିକିତ୍ସାରେ ଅର୍ଥ ସାଜିଛି ବାଧକ। ଡାକ୍ତର କହୁଛନ୍ତି ୪୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହେବ। ଏହି ଖବର ଶୁଣି ତାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ହୁମ୍ମା ପଞ୍ଚାୟତର ସମିତିସଭ୍ୟ ଧ୍ରୁବ ଚରଣ ପଲେଇ। ତାଙ୍କ ପରିବାରକୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ସମିତିସଭ୍ୟ ପଲେଇଙ୍କ ନେତୃତ୍ୱରେ ସ୍ଥାନୀୟ ଯୁବକମାନେ ଅର୍ଥ ସଂଗ୍ରହ କରି ଗଣେଶଙ୍କ ପରିବାରଙ୍କୁ ଚିକିତ୍ସା ପାଇଁ ଅର୍ଥ ଯୋଗାଡ଼ରେ ଲାଗି ପଡ଼ିଛନ୍ତି। ତାଙ୍କର ଏଭଳି ମହାନ କାର୍ଯ୍ୟକୁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି। ହୁମ୍ମା ଗ୍ରାମର କିଶୋର ପରିଡାଙ୍କ ପୁଅ ଗଣେଶ ପରିଡ଼ା। କିଶୋରଙ୍କର ସେ ରୋଜଗାରିଆ ପୁଅ। ତାଙ୍କର ୩ ବର୍ଷର ଶିଶୁ ରହିଛି। ଶ୍ରମିକ ଭାବରେ କାମ କରି ଯାହା ଆଣନ୍ତି ପରିବାର ଚଳେ। ଗଣେଶ କର୍କଟ ରୋଗରେ ଆକ୍ରାନ୍ତ ହେବାପରେ ପରିବାର ଆତ୍ମୀୟବର୍ଗ ଭାଙ୍ଗି ପଡ଼ିଛନ୍ତି। ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି। ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।
Popular Categories



