www.samajalive.in
Friday, December 5, 2025
27.1 C
Bhubaneswar

ରାଜ୍ୟସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହରେ ନବରଙ୍ଗପୁର ପାଇଲା ସ୍ଵର୍ଣ୍ଣପଦକ

ନବରଙ୍ଗପୁର : ରାଜ୍ୟ ସରକାରଙ୍କ ପକ୍ଷରୁ ଆକାଂକ୍ଷୀ ବ୍ଲକ ତଥା ଆକାଂକ୍ଷୀ ଜିଲା କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ପୂର୍ଣ୍ଣତା ଅଭିଯାନର ଛଅଟି ସୁଚାଙ୍କ ପରିପୂର୍ଣ୍ଣତା ନିମନ୍ତେ ନବରଙ୍ଗପୁର ଜିଲା ସ୍ୱର୍ଣ୍ଣ ପଦକ ହାସଲ କରିଛି । ଜିଲା ତରଫରୁ ଜିଲାପାଳ ଡ଼ଃ. ମହେଶ୍ଵର ସ୍ଵାଇଁ  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କଠାରୁ ପୁରସ୍କାର ଗ୍ରହଣ କରିଛନ୍ତି । ମଙ୍ଗଳବାର ଭୁବନେଶ୍ୱର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନର ଯୋଗଦେଇଥିଲେ ।

ନବରଙ୍ଗପୁର ଜିଲା ୬ ସୁଚାଙ୍କ ପରିପୂର୍ଣ୍ଣତା ହାସଲ କରି ଆଙ୍କାକ୍ଷା ଜିଲା ଭାବେ ସ୍ୱର୍ଣ୍ଣ ପଦକ ହାସଲ କରିଛି । ଏହା ସହିତ ଡ଼ାବୁଗାଁ ବ୍ଲକ ତାମ୍ର ପଦକ ହାସଲ କରିଛି । ତେନ୍ତୁଳିଖୁଣ୍ଟି ବ୍ଲକକୁ ମଧ୍ୟ ସମ୍ମାନୀତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡଃ. ମହେଶ୍ବର ସ୍ୱାଇଁ, ଜିଲାପାଳ, ନବରଙ୍ଗପୁର ଡ଼ା. ଶୁଭଙ୍କର ମହାପାତ୍ର, ପୂର୍ବତନ ଜିଲାପାଳ, ଡ.କମଳ ଲୋଚନ ମିଶ୍ର, ପୂର୍ବତନ ଜିଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚିନାରାୟଣ ଦରୱାନ, ମନୋଜ ପାଣିଗ୍ରାହୀ, ବିଡିଓ, ତେନ୍ତୁଳିଖୁଣ୍ଟି ଏବଂ ଶରତ ମାଝୀ, ବିଡିଓ, ଡ଼ାବୁ ଗାଁ ପ୍ରମୁଖ ଯୋଗ ଦେଇ ସମ୍ମାନ ଗ୍ରହଣ କରିଥିଲେ। ଏହା ନବରଙ୍ଗପୁର ଜିଲାକୁ ଗୌରବ ଆଣିଦେଇଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories