www.samajalive.in
Tuesday, December 9, 2025
16.1 C
Bhubaneswar

ନିର୍ବାଚନ ଜିତିଲେ ସିଆରପିଏଫ୍‌ ଯବାନଙ୍କୁ ସହିଦ ମାନ୍ୟତା ପ୍ରଦାନ କରିବୁ: ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ଯଦି ଆଗାମୀ ଲୋକସଭା ନିର୍ବାଚନରେ ବିଜୟୀ ହୁଏ ତା’ହେଲେ ସରକାର କର୍ତ୍ତବ୍ୟ ନିର୍ବାହ ସମୟରେ ପ୍ରାଣ ହରାଉଥିବା ସିଆରପିଏଫ ଯବାନଙ୍କୁ ‘ସହିଦ’ ସମ୍ମାନ ପ୍ରଦାନ କରିବାକୁ ଆଇନଗତ ବ୍ୟବସ୍ଥା କରିବ। ନୂଆଦିଲ୍ଲୀସ୍ଥିତ ଜବାହର ଲାଲ ନେହରୁ ଷ୍ଟାଡିୟମରେ ଶନିବାର ବିଶ୍ବବିଦ୍ୟାଳୟ ଛାତ୍ରମାନଙ୍କ ସହିତ ଆଲୋଚନାବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ପ୍ରତିଶ୍ରୁତି ଦେଇଛନ୍ତି। ପୁଲୱାମା ଆକ୍ରମଣ ପରେ ରାହୁଲ ଏହି ପ୍ରସଙ୍ଗ ଉତ୍‌ଥାପନ କରିଥିଲେ। ଟ୍ବିଟରରେ ସେ ଲେଖିଥିଲେ, ପୁଲୱାମା ଆତ୍ମଘାତୀ ବିସ୍ଫୋରଣରେ ୪୦ ସାହସୀ ଯବାନ ସହିଦ ହୋଇଛନ୍ତି। ସେମାନଙ୍କ ପରିବାର ପରିସ୍ଥିତି ସହ ଜୁଝୁଛି। ଯବାନ ଦେଶପାଇଁ ବଳୀଦାନ ଦେଇଛନ୍ତି; ଅଥଚ ସେମାନଙ୍କୁ ‘ସହିଦ’ ମାନ୍ୟତା ଦିଆଯାଇ ନାହିଁ। ରାଷ୍ଟ୍ରୀୟ ଜନତା ଦଳ ନେତା ତେଜସ୍ବୀ ଯାଦବ ମଧ୍ୟ ସମାନ ଦାବି ଉଠାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories