www.samajalive.in
Friday, December 5, 2025
23.1 C
Bhubaneswar

ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ଭିନ୍ନକ୍ଷମତା ଆକଳନ ଓ ସହାୟକ ଉପକରଣ ବଣ୍ଟନ

ପିପିଲି: ବ୍ଲକସ୍ତରୀୟ ଅଖିଳ ଭାରତୀୟ ଶିକ୍ଷା ସମାଗମ ଉତ୍ସବ ପାଳନ ଅବସରରେ ସ୍ଥାନୀୟ ଜବାହର ବିଦ୍ୟାପୀଠଠାରେ ଭିନ୍ନକ୍ଷମ ଶିକ୍ଷାର୍ଥୀଙ୍କ ନିମନ୍ତେ ଭିନ୍ନକ୍ଷମତା ଆକଳନ ତଥା ବିଭିନ୍ନ ସହାୟକ ଉପକରଣ ବିତରଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୦୦ ଜଣ ଶିକ୍ଷାର୍ଥୀଙ୍କର ସ୍ବତନ୍ତ୍ର ଡାକ୍ତରୀ ଦଳଙ୍କ ଦ୍ବାରା ଭିନ୍ନକ୍ଷମତା ଆକଳନ କରାଯାଇଛି। ସେମାନଙ୍କ ମଧ୍ୟରୁ ୪୫ ଜଣ ଶିକ୍ଷାର୍ଥୀଙ୍କୁ ସାର୍ଟିଫିକେଟ ସହ ହ୍ବିଲଚେୟାର, ଟ୍ରାଇସାଇକେଲ, ସ୍ବତନ୍ତ୍ର ଜୋତା, ଶ୍ରବଣ ସହାୟକ ଯନ୍ତ୍ର ଇତ୍ୟାଦି ଭାରତୀୟ କୃତ୍ରିମ ଅଙ୍ଗ ନିର୍ମାଣ ନିଗମ ପକ୍ଷରୁ ବଣ୍ଟନ କରାଯାଇଥିଲା। ଏହି ଶିବିରରେ ପୁରୀ ଜିଲା ଆଇଡି କୋର୍ଡିନେଟର କାର୍ତ୍ତିକ ପ୍ରଧାନ, ଅତିରିକ୍ତ ଶିକ୍ଷା ଅଧିକାରୀ ସାହେବ ପାତ୍ର ଏବଂ ଡଃ ଶରତ ଚଉଁରୀ, ପିପିଲି ସହ-ମଣ୍ଡଳ ଉନ୍ନୟନ ଅଧିକାରୀ ଶୈଳବାଳା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ। ପିପିଲି ମଣ୍ଡଳ ଶିକ୍ଷା ଅଧିକାରୀ ପୀତବାସ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ବଳ ଶିକ୍ଷୟିତ୍ରୀ, ସିଆରସିସି, ସମ୍ମିଳିତ ଶିକ୍ଷା ସ୍ବେଚ୍ଛାସେବୀ ଓ ଜବାହାର ବିଦ୍ୟାପୀଠର ପ୍ରଧାନଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories