www.samajalive.in
Friday, December 5, 2025
27.1 C
Bhubaneswar

କୋକସରା ସ୍କୁଲ ପିଲାଙ୍କ ଡର, ରାଜରାସ୍ତାର ବୁଲା କୁକୁର

ଲଡୁଗାଁ: କୋକସରା ପିଲାଙ୍କୁ ଏବେ ଘାରିଛି ରାଜ ରାସ୍ତାର ବୁଲା କୁକୁରଙ୍କ ଭୟ। ପିଲା ସ୍କୁଲ୍ ଗଲାବେଳେ ଅଭିଭାବକ ଭୟରେ ରହୁଛନ୍ତି। ସ୍କୁଲରେ ପିଲାଙ୍କ ପାଠ ବହିରେ ଟ୍ରାଫିକ ନିୟମ, ରାସ୍ତାରେ ସତର୍କତା ବିଷୟରେ ପଢ଼ା ଯାଇଥାଏ। କିନ୍ତୁ ଯେତେବେଳେ ବୁଲା କୁକୁର ପଲ ରାସ୍ତାରେ ପିଲାଙ୍କୁ ଘେରିବେ ସେତେବେଳେ ପିଲାଏ କରିବେ କ’ଣ? ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି କୋକସରା ସଦର ପଞ୍ଚାୟତରେ। ମଙ୍ଗଳବାର ସନ୍ଧ୍ୟା ଠିକ୍ ୪ଟା ସ୍କୁଲ୍ ଛୁଟି ବେଳ କୋକସରା ସଦର ଏଟିଏମ୍ ନିକଟରେ ଜଣେ ଛାତ୍ର ସ୍କୁଲରୁ ଫେରିବା ସମୟରେ କୁକୁର ପଲ ହାବୁଡ଼ରେ ପଡ଼ି ଚିତ୍କାର କରୁଥିବା ଦେଖିବାକୁ ମିଳିଥିଲା। ସେହି ସମୟରେ ସ୍ଥାନୀୟ କିଛି ଲୋକେ କୁକୁର ଘଉଡାଇ ଭୟଭୀତ ପିଲାକୁ କୁକୁର କବଳରୁ ରକ୍ଷା କରିଥିଲେ। ବିଗତ ଦିନରେ ଗାଈଗୋରୁ, ଛେଳି ମେଣ୍ଢା ତଥା ଅନେକ କୁନି କୁନି ପିଲା କୁକୁର କାମୁଡ଼ାର ଶିକାର ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଠି କୁକୁର ବନ୍ଧ୍ୟାକରଣ ପ୍ରହସନ ପାଲଟିଛି ବୋଲି ବୁଦ୍ଧିଜୀବୀ କୁହନ୍ତି। ସହରରେ ବଢି ଚାଲିଛି ବୁଲା କୁକୁରଙ୍କ ସଂଖ୍ୟା। ସହର ରାସ୍ତାଘାଟରେ ମାଳ ମାଳ କୁକୁର ବୁଲୁଥିବା ଦେଖିବାକୁ ମିଳୁଛି। ସେହିପରି ନବଜାତ କୁକୁରଙ୍କ ମଧ୍ୟରୁ ଅନେକ ଦୁଇଚକିଆ ଚାରିଚକିଆ ଗାଡ଼ି ତଳେ ଜୀବନ ହାରୁଛନ୍ତି। ଫଳରେ ରାସ୍ତାରେ ମଲା କୁକୁରଙ୍କ ପଚାଶଢା ଶବ ପଡ଼ିରହିବାରୁ ସମ୍ପୃକ୍ତ ଅଞ୍ଚଳରେ ଦୁର୍ଗନ୍ଧ ହେଉଛି, ଯାହାର ପ୍ରତିକାର ବ୍ୟବସ୍ଥା ଶୂନ କହିଲେ ଚଳେ। ବୁଲା କୁକୁର ବନ୍ଧ୍ୟାକରଣ ଯୋଜନା ନିୟମାବଳୀରେ ଅବମାନନା, ବନ୍ଧ୍ୟାକରଣ ପରିଚାଳନାଗତ ତ୍ରୁଟିଜନିତ ଯାଞ୍ଚ ନାହିଁ। ଫଳରେ କୁକୁର ବନ୍ଧ୍ୟାକରଣ ଯୋଜନା ସମ୍ପୂର୍ଣ୍ଣ କୋମାରେ ରହିଥିବାରୁ କୁକୁରଙ୍କ ସଂଖ୍ୟା ଅହେତୁକ ବୃଦ୍ଧି ପାଇଛି। ସହରରେ ବୁଲା କୁକୁରଙ୍କ ବଂଶବୃଦ୍ଧି ରୋକା ନ ଗଲେ ଆଗକୁ ପରିସ୍ଥିତି ଭୟଙ୍କର ହେବ ବୋଲି ଗ୍ରାମବାସୀ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories