www.samajalive.in
Friday, December 5, 2025
23.1 C
Bhubaneswar

୨୨ ଅନାଥ ପିଲାଙ୍କ ପଢ଼ା ଖର୍ଚ୍ଚ ତୁଲାଇବେ ରାହୁଲ

ଶ୍ରୀନଗର: ଅପରେସନ ସିନ୍ଦୂର ଚାଲିଥିବାବେଳେ ପାକିସ୍ତାନ ସୈନ୍ୟଙ୍କ ଆକ୍ରମଣରେ ଅନାଥ ହୋଇଥିବା ଜାମ୍ମୁ-କାଶ୍ମୀରର ୨୨ ପିଲାଙ୍କ ପଢା ଖର୍ଚ୍ଚ ରାହୁଲ ଗାନ୍ଧୀ ବହନ କରିବେ ବୋଲି ଜଣାପଡିଛି। ମେ’ ୭ରୁ ୧୦ ପର୍ଯ୍ୟନ୍ତ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବଳ୍ପମିଆଦୀ ଯୁଦ୍ଧ ଲାଗିଥିଲା। ସୀମା ଅପରପାର୍ଶ୍ବରୁ ପାକ୍‌ ସୈନ୍ୟଙ୍କ ଗୁଳିରେ ଜାମ୍ମୁ-କାଶ୍ମୀରର ପୁଞ୍ଚ୍‌ ଓ ରାଜୌରୀ ଜିଲାରେ ୨୮ ନାଗରିକ ପ୍ରାଣ ହରାଇଥିଲେ। ରାହୁଲ ଇତିମଧ୍ୟରେ ଏହି ଜିଲା ଗସ୍ତ କରି ପିତାମାତାଙ୍କୁ ହରାଇଥିବା ପିଲାଙ୍କୁ ଭେଟିଛନ୍ତି ବୋଲି ଜାମ୍ମୁ-କାଶ୍ମୀର ପ୍ରଦେଶ କଂଗ୍ରେସ କମିଟି ସଭାପତି ତାରିକ୍‌ ହମିଦ କାରା ସୂଚନା ଦେଇଛନ୍ତି। ପୁଞ୍ଚ ଜିଲାରେ ଅନାଥ ହୋଇଥିବା ୨୨ ଜିଲାଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ରାହୁଲ ଇତିମଧ୍ୟରେ ପ୍ରଥମ କିସ୍ତିିରେ ଦେଇଥିବା ଅର୍ଥକୁ ଏହିି ଅନାଥ ପିଲାଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଛି।

Hot this week

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

Related Articles

Popular Categories