www.samajalive.in
Saturday, December 6, 2025
26.1 C
Bhubaneswar

ମର୍ମନ୍ତୁଦ ଦୁର୍ଘଟଣା: ୧୮କାଉଡିଆ ମୃତ

ସମାଜ ଡିଜିଟାଲ ଡେସ୍କ: ଝାଡଖଣ୍ଡ ଦେଓଘରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।
ବସ୍‍-ଟ୍ରକ୍‍ ଧକ୍କା ଫଳରେ ୧୮ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଦେଓଘରର ବାବା ଧାମ ନଗରୀରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ମୋହନପୁର ଥାନା ଅଞ୍ଚଳର ଜାମୁନିଆରେ ବାବା ନଗରୀରୁ ବାସୁକିନାଥ ଯାଉଥିବା ବେଳେ କାଉଡିଆ ଭର୍ତ୍ତି ଏକ ବସ୍‍ ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ୍‍ ସହିତ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାୀ କରି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଅନ୍ୟ ୧୨ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ସମ୍ପର୍କେୀ ବିଜେପି ସାଂସଦ ଡକ୍ଟର ନିଶିକାନ୍ତ ଦୁବେ ତାଙ୍କ ପୋଷ୍ଟରେ ସେୟାର କରି ସୂଚନା ଦେଇଛନ୍ତି । ଶ୍ରାବଣ ମାସ ଚାଲିଥିବା ବେଳେ କାଉଡିଆଙ୍କ ଏଭଳି ଭାବେ ମୃତ୍ୟୁ ହେବା ଦୁଃଖଦାୟକ ବୋଲ କୁହାଯାଇଛି ।
ସାଂସଦ କହିଛନ୍ତି ‘ମୋ ଲୋକସଭା କ୍ଷେତ୍ର ଦେଓଘରରେ ଶ୍ରାବଣ ମାସରେ କାଉଡିଆମାନେ ଯାତ୍ରା କରୁଥିବା ଏକ ବସ୍‍ ଟ୍ରକ୍‍ ସହିତ ଧକ୍କା ହେବାରୁ ଦୁର୍ଘଟଣା ଘଟିଛି । ମଙ୍ଗଳବାର ଭୋର ୪ଟା ୩୦ମିନିଟରେ ଦୁର୍ଘଟଣା ଘଟି ୧୮ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories