www.samajalive.in
Friday, December 12, 2025
19.1 C
Bhubaneswar

ଧାମନଗରରେ ବନ୍ୟା ମୁକାବିଲା ସମୀକ୍ଷା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ଦୋବଲ: ଧାମନଗରରେ ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଅପରାହ୍ନରେ ମନ୍ତ୍ରୀ ସିଧା ଭୁବନେଶ୍ବରରୁ ଆସି ଯାଜପୁରରେ ପହଞ୍ଚିଥିଲେ। ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପ୍ରଣବ କୁମାର ନାୟକ ଏବଂ ଯାଜପୁର ଅଧୀକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରି ଧାମନଗର ବ୍ଲକ ଆନନ୍ଦପୁର ପଞ୍ଚାୟତର ଉତ୍ତେଇପୁରସ୍ଥିତ ମଲ୍ଲିମାହାରା ଏସକେପ୍ ବୁଲି ଦେଖିଥିଲେ। ପରେ ପରେ ସୋହଡ଼ା ପଞ୍ଚାୟତର ଗୌରାଙ୍ଗପୁର ଏସକେପ୍ ଓ ପଧାନି ପଞ୍ଚାୟତର କୋଚିଳା ମୁହଁ ବୁଲି ଦେଖିଥିଲେ।

ଏହାପରେ ଧୁଷୁରୀର ଧୋୟା ଅଞ୍ଚଳ ହୋଇ ଧାମନଗର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ବ୍ଲକ ସମ୍ମିଳନୀ କକ୍ଷରେ ବିଭିନ୍ନ ବିଭାଗର ଅଧିକାରୀଙ୍କ ବନ୍ୟା ମୁକାବିଲା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ବିଶେଷକରି ବନ୍ୟା ସମୟରେ ପାନୀୟ ଜଳ ଯୋଗାଣ, ରନ୍ଧା ଖାଦ୍ୟ, ଲୋକଙ୍କୁ ସ୍ଥାନାନ୍ତର କରିବା ଉପରେ ଜୋର ଦେଇଥିଲେ। ଏହାସହ ପଶୁଙ୍କ ପାଇଁ ଖାଦ୍ୟ ପଞ୍ଚାୟତ ଗୋଦାମ ଘରେ ମହଜୁଦ ରଖିବା ପାଇଁ ବ୍ଲକ ପ୍ରଶାସନର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ।

- Advertisement -

ସେହିପରି ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଓଡ୍ରାଫ୍ ଓ ଦମକଳବାହିନୀଙ୍କୁ ସଜାଗ ରହିବା ଲାଗି କୁହାଯାଇଛି। ଅର୍ଜ୍ଜୁନପୁର, ପଧାନି, ସୋହଡ଼ା, କରଦା, ଖଡ଼ିପଦା ଓ ଆନନ୍ଦପୁର ଏବଂ ଧୁଷୁରୀ, ହସନାବାଦ, ନଦୀଗାଁ ଆଦି ଅଞ୍ଚଳକୁ ବର୍ତ୍ତମାନ ପାଇଁ ଫୋକସ କରିବାକୁ ମନ୍ତ୍ରୀ କହିଛନ୍ତି। କୌଣସି ପରିସ୍ଥିତିରେ ବି ଲୋକେ ଯେମିତି ସମସ୍ୟାରେ ନ ପଡ଼ନ୍ତି, ତାହାକୁ ପ୍ରାଥମିକତା ଦେବାକୁ ମନ୍ତ୍ରୀ ଭଦ୍ରକ ଜିଲ୍ଲାପାଳ ଓ ଏସପିଙ୍କୁ କହିଛନ୍ତି।

କେବଳ ଏତିକି ନୁହେଁ, ସତର୍କତାମୂଳକ ପଦକ୍ଷେପ ନେଇ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଉଚ୍ଚ ସ୍ଥାନରେ ଆଶ୍ରୟ ନେବାକୁ କୁହାଯାଇଛି। ସ୍କୁଲ ଘର, ବାତ୍ୟା ଆଶ୍ରୟସ୍ଥଳ ଓ ସରକାରୀ କୋଠାରେ ଅସ୍ଥାୟୀ ଭାବେ ଆଶ୍ରୟ ନେବାକୁ ପରାମର୍ଶ ଦିଆଯାଇଛି। ଧାମନଗର ତହସିଲଦାର ସାଇଶ୍ରୀ ଲୋକନାଥ ପ୍ରସାଦ ସେଠୀ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି।

ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ସଂଧ୍ୟା ୬ଟା ସୁଦ୍ଧା ୧୮.୬୭ ମିଟରରେ ପ୍ରବାହିତ ହେଉଥିଲା। ଉପର ମୁଣ୍ଡରେ ଶନିବାର ସକାଳେ ବର୍ଷା ହୋଇଥିବାରୁ ଜଳସ୍ତର ବଢ଼ିବା ସମ୍ଭାବନା ରହିଛି। ଆଉ ୬ ଫୁଟ୍ ଉଚ୍ଚର ପାଣି ଆସିଲେ ଏସକେପ୍ ବାଟେ ଗାଁ ଭିତରକୁ ପଶିବ। ତେବେ ଜଳ ସଂପଦ ବିଭାଗର ଅଧିକାରୀଙ୍କ ସୂଚନା ଅନୁସାରେ, ବୈତରଣୀରେ ମଧ୍ୟମ ଧରଣର ବନ୍ୟା ହେବାକୁ ଥିବାରୁ ଧାମନଗର ପ୍ରତି ବିପଦ କମ୍ ରହିଛି। କାରଣ, ଏଥର ମଲ୍ଲିମାହାରା ଓ ଗୌରାଙ୍ଗପୁର ଏସକେପକୁ ଉଚ୍ଚା କରାଯାଇଛି। ଯାହା ଫଳରେ ଛୋଟ କିମ୍ବା ମଧ୍ୟମ ଧରଣର ବନ୍ୟା ହେଲେ ଗାଁ ଭିତରକୁ ପାଣି ପଶିବ ନାହିଁ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories