www.samajalive.in
Friday, December 5, 2025
26.1 C
Bhubaneswar

ୟୁଏଲପିଜିଏମ ଭି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଡିଆରଡିଓ

ସମାଜ ଡିଜିଟାଲ ଡେସ୍କ: ପ୍ରତିରକ୍ଷା ଗବେଷଣା ଉନ୍ନୟନ ପ୍ରତିଷ୍ଠାନ(ଡିଆରଡିଓ) ପକ୍ଷରୁ ଶୁକ୍ରବାର ୟୁଏଲପିଜିଏମ ଭି-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଆନ୍ଧ୍ରପ୍ରଦଶେର କୁର୍ନୁଲ ଅନ୍ତର୍ଗତ ନେସନାଲ ଓପନ ଏରିଆ ରେଞ୍ଜ(ଏନଓଏଆର)ଠାରେ ଏହାର ପରୀକ୍ଷଣ ଶେଷ ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ଟିମ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜନାଥ କହିଛନ୍ତି, ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ ଦ୍ଵାରା ଭାରତୀୟ ପ୍ରତିରକ୍ଷା ଶିଳ୍ପ ବର୍ତ୍ତମାନ ଜଟିଳ ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ଉତ୍ପାଦ ପ୍ରସ୍ତୁତ କରିବାରେ ସକ୍ଷମ ବୋଲି ପ୍ରମାଣିତ ହୋଇଛି।

ଏହି କ୍ଷେପଣାସ୍ତ୍ର ଭାରତୀୟ ସେନାରେ ସାମିଲ ହେଲେ ସେନାର ଶକ୍ତି ବୃଦ୍ଧି ହେବ। ବେଙ୍ଗାଲୁରୁରେ ଗତ ଫେବୃୟାରୀ ୧୦ରୁ ୧୪ ମଧ୍ୟରେ ଅନୁଷ୍ଠିତ ୨୦୨୫ ଏରୋ ଇଣ୍ଡିଆ ପ୍ରଦର୍ଶନୀରେ ଏହି କ୍ଷେପଣାସ୍ତ୍ରକୁ ପ୍ରଦର୍ଶନ କରାଯାଇଥିଲା। ଅଦାନୀ ଗ୍ରୁପ ଏବଂ ଭାରତ ଡାଇନାମିକ୍ସ ଲିମିଟେଡ(ବିଡିଏଲ)  ଡିଆରଡିଓ ସହଭାଗିତାରେ ଏହି କ୍ଷେପଣାସ୍ତ୍ର ଉତ୍ପାଦନ କରୁଛନ୍ତି। କିନ୍ତୁ ଏହାର ବିକାଶ ଏବଂ ପରୀକ୍ଷଣ ଦାୟିତ୍ଵ ଡିଆରଡିଓ ଅଧୀନରେ ରହିଛି।

- Advertisement -

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories