www.samajalive.in
Friday, December 5, 2025
26.1 C
Bhubaneswar

ଭଡ଼ାଘରେ ନିଆଁ ଲଗାଇଦେଲା ସ୍ୱାମୀ: ଜଳିଗଲା ବାଇକ୍‌‌ ଓ ସ୍କୁଟର, ଅଳ୍ପକେ ବର୍ତ୍ତିଲା ପରିବାର

ପିପିଲି: ପାରିବାରିକ କଳହକୁ ନେଇ ସ୍ୱାମୀ ଲଙ୍କାକାଣ୍ଡ ଘଟାଇଛି। ସ୍ତ୍ରୀ ରହୁଥିବା ଭଡ଼ାଘରେ ସ୍ୱାମୀ ନିଆଁ ଲଗାଇ ଦେବାରୁ ଘରେ ଥିବା ଏକ ସ୍କୁଟର, ବାଇକ୍‌‌ ଓ ସାଇକେଲ ଜଳି ପୋଡି ପାଉଁଶ ହୋଇଯାଇଛି। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପତ୍ନୀଙ୍କ ସମେତ ଦୁଇ କନ୍ୟା ଓ ପତ୍ନୀଙ୍କ ବାପା, ମାଆ। ସୋମବାର ବିଳମ୍ବିତ ରାତିରେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ବଣିଆ ସାହିରେ ଘଟିଛି ଏଭଳି ଘଟଣା।

ସୂଚନା ଅନୁଯାୟୀ, ବଣିଆ ସାହିରେ ଏକ ଭଡା ଘରେ ନିଜ ଦୁଇ କନ୍ୟାଙ୍କ ସହ ଲିପିକା ପ୍ରଧାନ ରହୁଥିଲେ। ତାଙ୍କ ସହ ତାଙ୍କ ବାପା ଓ ମାଆ ମଧ୍ୟ ରହୁଥିଲେ। ପାରିବାରିକ କଳହ କାରଣରୁ ତାଙ୍କ ସ୍ୱାମୀ ଆବୁଆ ପ୍ରଧାନ ସେଠାରେ ନରହି ନିଜ ହସନପୁର ସ୍ଥିତ ଘରେ ରହୁଥିଲେ। ବିଭିନ୍ନ ସମୟରେ ତାଙ୍କ ସ୍ୱାମୀ ଉକ୍ତ ଭଡାଘରକୁ ଆସି ଟଙ୍କା ମାଗିବା ସହ ଗଣ୍ଡଗୋଳ ସୃଷ୍ଟି କରୁଥିବା ଲିପିକା ଅଭିଯୋଗ କରିଛନ୍ତି। ତେବେ, ସୋମବାର ବିଳମ୍ବିତ ରାତ୍ରିରେ ତାଙ୍କ ସ୍ୱାମୀ ଉକ୍ତ ଘର ନିକଟକୁ ଆସି ଝରକା ବାଟେ ଘର ଭିତରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଲିପିକା ଗଣମାଧ୍ୟମକୁ କହିଛନ୍ତି। ଫଳରେ ଘର ମଧ୍ୟରେ ଥିବା ଏକ ସାଇକେଲ, ସ୍କୁଟର ଓ ବାଇକ ଜଳି ପାଉଁଶ ହୋଇଯାଇଥିଲା। ଖବର ପାଇ ପିପିଲି ଅଗ୍ନିଶମ ବାହିନୀ ସମେତ ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ଏସ୍‌‌ଆଇ ଭାସ୍କର ମାଣିଆ, ସୁରମା ସ୍ୱାଇଁ, ଏଏସ୍‌‌ଆଇ ସୁବାଷ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘରର ଛାତ ଦେଇ ଘର ମଧ୍ୟକୁ ପ୍ରବେଶ କରିବା ସହ ଅଗ୍ନିକୁ ଆୟତ୍ତ କରିଥିଲେ। ପରେ ଘର ମଧ୍ୟରେ ଥିବା ଲିପିକା ଓ ତାଙ୍କ ବାପା, ମାଆଙ୍କ ସମେତ ଦୁଇ କନ୍ୟାଙ୍କୁ ଉଦ୍ଧାର କରିଥିଲେ। ଧୁଆଁରେ ସେମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିବାରୁ ପୁଲିସ ସେମାନଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି। ଏନେଇ ଲିପିକାଙ୍କ ଲିଖିତ ଅଭିଯୋଗ ଉପରେ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ସ୍ୱାମୀ ଆବୁଆକୁ ଅଟକ ରଖି ପୁଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି। ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories