www.samajalive.in
Wednesday, December 10, 2025
18.1 C
Bhubaneswar

ଝାଡ଼ାବାନ୍ତି ଆତଙ୍କ: ୩ ମୃତ

ସାନଖେମୁଣ୍ଡି: ସାନଖେମୁଣ୍ଡି ବ୍ଲକର ଆଦିବାସୀ ଅଧ୍ୟୁଷିତ ଟି.ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଦାମପୁରରେ ଝାଡ଼ାବାନ୍ତି ରୋଗ ବ୍ୟାପୀ ତିନିଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ସମ୍ବାରୁ ମଳିକ(୬୪), କାନ୍ଦ୍ରା ମଳିକ(୬୨) ଏବଂ ସୁକ୍ରି ମଳିକ। ସମ୍ବାରୁ ଓ କାନ୍ଦ୍ରା ଶନିବାରଠାରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ କ୍ବାକ୍‌ଙ୍କ ଦ୍ବାରା ଚିକିତ୍ସିତ ହେଉଥିଲେ। କିନ୍ତୁ ମଙ୍ଗଳବାର ଦୁହେଁ ଗୁରୁତର ହୋଇପଡ଼ିଥିଲେ। ସମ୍ବାରୁଙ୍କ ମୃତ୍ୟୁର ଘଣ୍ଟାକ ପରେ କାନ୍ଦ୍ରା ମଳିକଙ୍କ ମୃତ୍ୟୁ ଘଟିଥିଲା। ଅପରପକ୍ଷେ ସୁକ୍ରି ମଳିକଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଝାଡ଼ାବାନ୍ତି ବ୍ୟାପିବା ନେଇ ଗ୍ରାମରେ ଭୟାତୁର ପରିସ୍ଥିତି ସୃଷ୍ଟି ହୋଇଛି। ଟି. ଗୋବିନ୍ଦପୁର ସରପଞ୍ଚ ପ୍ରତିନିଧି ମଙ୍ଗଳା ଗମାଙ୍ଗ ଝାଡ଼ାବାନ୍ତି ନେଇ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଇବା ପରେ ସେଠାରେ ଡାକ୍ତରୀଦଳ ପହଞ୍ଚିଥିବା ଜଣାପଡ଼ିଛି।

ଖାଦ୍ୟପେୟରେ ଅନିୟମିତତା ସାଙ୍ଗକୁ ଜଙ୍ଗଲରୁ ବାଉଁଶ କରଡି ଓ ବାଉଁଶ ଛତୁ ତରକାରୀ ଖାଇ ଲୋକେ ଝାଡ଼ାବାନ୍ତିରେ ସଂକ୍ରମିତ ହୋଇଥିବା ଦାମପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିତ୍ସକ ଦଳ ପ୍ରକାଶ କରିଛନ୍ତି। ଗ୍ରାମରେ ଓଆରଏସ ବଣ୍ଟନ ସହ ବର୍ଷାଦିନରେ ଫୁଟାପାଣି ପିଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ବ୍ରହ୍ମପୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଦୁର୍ଗାଚରଣ ସାହୁ, ସାନଖେମୁଣ୍ଡି ସହକାରୀ ଯନ୍ତ୍ରୀ ଉପମା ଘଡେ଼ଇ, ପୁନା ଭୂୟାଁ ଦାମପୁରରେ ପହଞ୍ଚି ଲୋକେ ବ୍ୟବହାର କରୁଥିବା ପାଣିର ନମୁନା ଯାଞ୍ଚ କରିଛନ୍ତି। ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜିତେନ୍ଦ୍ରକୁମାର ମିଶ୍ର ମଧ୍ୟ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories