www.samajalive.in
Friday, December 5, 2025
27.1 C
Bhubaneswar

ଦିନ ଗଡୁଛି; ରହସ୍ୟ ବଢ଼ୁଛି, ପୀଡ଼ିତାଙ୍କ ଗାଁ ଶୂନ୍‌ଶାନ

ବଳଙ୍ଗା: ପୁରୀ ଜିଲା ବଳଙ୍ଗା ବର୍ବରତାକୁ ବିତିଛି ୯୬ ଘଣ୍ଟା; କିନ୍ତୁ ତଦନ୍ତ ଆଗକୁ ବଢ଼ୁନି। ଦିନ ଗଡୁଥିବାରୁ ନୂଆ ନୂଆ ଚିତ୍ର ଓ ଚରିତ୍ର ସାମ୍‌ନାକୁ ଆସୁଛନ୍ତି। ପୀଡ଼ିତା ମୃତ୍ୟୁ ସହ ଲଢ଼ୁଥିବାବେଳେ ତଦନ୍ତ ଖିଅ ଯୋଗାଡ଼ କରିପାରୁନି ପୁଲିସ। ସକାଳୁ ରାତି ପର୍ଯ୍ୟନ୍ତ ଗାଁରେ ପୁଲିସର ବିଭିନ୍ନ ତତନ୍ତକାରୀ ଦଳ ଡେରା ପକାଇଛନ୍ତି। ୫୦ରୁ ଅଧିକ ବ୍ୟକ୍ତିଙ୍କୁ ପଚରାଉଚରା, ସନ୍ଧାନୀ କୁକୁରକୁ ନେଇ ଯାଞ୍ଚ ପରେ ବି ଘଟଣାରୁ ପରଦା ହଟୁନି। ପୀଡ଼ିତାଙ୍କ ଦେହରେ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ଠାବ କରିପାରୁନି କ୍ରାଇମ୍‌ବ୍ରାଞ୍ଚ ଓ ପୁରୀ ପୁଲିସ। ଘଟଣା ସମ୍ବେଦନଶୀଳ ଥିବାରୁ କ୍ରାଇମ୍‌ବ୍ରାଞ୍ଚର ୫ ଜଣିଆ ଦଳ ବଳଙ୍ଗାକୁ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି। ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ଦଳ ଘଟଣା ଉପରେ କଡ଼ା ନଜର ରଖିଛି। ସେପଟେ ଛାତିଥରା ଘଟଣା ପରେ ରାତି ହେଲେ ଏବେ ପୀଡ଼ିତାଙ୍କ ଗାଁ ଶୂନ୍‌ଶାନ ହୋଇଯାଉଛି। ଘରୁ ଏକୁଟିଆ ବାହାରୁ ନାହାନ୍ତି ଓ ଭୟରେ ଲୋକେ ଶିକ୍ଷାନୁଷ୍ଠାନକୁ ଏକୁଟିଆ ନିଜ ପିଲାଙ୍କୁ ଆଉ ଛାଡୁନାହାନ୍ତି।

Hot this week

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

Related Articles

Popular Categories