ଭୁବନେଶ୍ବର : ପୁରୀ ଜିଲ୍ଲୀ ଡେଲାଙ୍ଗ ଝାରପଡ଼ା ଅଞ୍ଚଳରେ ଦିନ ଦ୍ବିପ୍ରହରେ ଚାଲିଛି ମାଙ୍କେଡା ପଥର ଓ ମୋରମ ଚାଲାଣ । ଝାରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମାତ୍ର ୫୦ ମିଟର ଦୂର ଏବଂ ସ୍ଥାନୀୟ ସରକାର ହସ୍ପିଟାଲ ନିକଟରୁ ହିଁ ପଥର ଚୋରା ଚାଲାଣ କରାଯାଉଛି । ଆଜକୁ ପ୍ରାୟ ୨ରୁ ୩ ବର୍ଷ ହେବ ବେଆଇନ ଖନନ ଓ ଚାଲାଣ କରାଯାଉଥିଲେ ମଧ୍ୟ କାହାର ନିଘା ନାହିଁ । ସ୍ଥାନୀୟ ଲୋକ ଏନେଇ କଣ୍ଟ୍ରୋଲ ରୁମକୁ ଫୋନ କରିବାରୁ ମାଫିଆ ମାନେ ସିଧା ଘରେ ପଶି ଆକ୍ରମଣ କରୁଛନ୍ତି । ଗତ ପ୍ରାୟ ୨ ରୁ ୩ ବର୍ଷ ହେଲା ଖନନ କରାଯାଉଥିବାରୁ ରାସ୍ତା ଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ।
ଏନେଇ ଥାନାରେ ଅଭିଯୋଗ ପରେ ବସନ୍ତ ନାମକ ଜଣେ ଯୁବକଙ୍କୁ ହତ୍ୟା ଧମକ ଆସୁଥିବା ସେ ସୂଚନା ଦେଇଛନ୍ତି । ଏପରିକି ଜୁଲାଇ ୧ ତାରିଖରେ ତାଙ୍କ ପିତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ତାଙ୍କୁ ମେଡିକାଲରେ ଚିକିତ୍ସା କରାଇ ଘରକୁ ଫେରିଥିବାବେଳେ ବିଳମ୍ବିତ ରାତିରେ ତାଙ୍କୁ ଅତର୍କିତ ଆକ୍ରମଣ ମଧ୍ୟ କରାଯାଇଥିଲା । ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିବା ସହ ତାଙ୍କ ପରିବାର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସେ ଜଣାଇଛନ୍ତି ।



