www.samajalive.in
Tuesday, December 9, 2025
16.1 C
Bhubaneswar

କଳା ତାଲିକାଭୁକ୍ତ ହୋଇପାରେ ପାକିସ୍ତାନ – ୨୭ଟି ସର୍ତ୍ତ ରଖିଲା ଏଫ୍‍ଏଟିଏଫ୍‍

ନୂଆଦିଲ୍ଲୀ: ଆନ୍ତର୍ଜାତିକ ଆତଙ୍କବାଦକୁ ପାଣ୍ଠି ଯୋଗାଣ ଉପରେ ନଜର ରଖୁଥିବା ସଂସ୍ଥା ଫାଇନାନ୍ସିଆଲ୍‍ ଆକସନ୍‍ ଟାସ୍କ୍‍ ଫୋର୍ସ (ଏଫ୍‍ଏଟିଏଫ୍‍) ପକ୍ଷରୁ ପାକିସ୍ତାନକୁ କଳା ତାଲିକାଭୁକ୍ତ କରିବା ପୂର୍ବରୁ ୨୭ଟି ସର୍ତ୍ତ ପୂରଣ କରିବାକୁ କହିଛି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଓ ପ୍ରୋତ୍ସାହନ ଦେବାକୁ ବିରୋଧ କରି ଏଫ୍‍ଏଟିଏଫ୍‍.ର ସଦସ୍ୟମାନେ ପାକିସ୍ତାନକୁ ଧୂସର ଶ୍ରେଣୀରେ ରଖିଛନ୍ତି। ସମ୍ପୃକ୍ତ ସଂସ୍ଥାର ସଦସ୍ୟମାନେ ଫେବୃୟାରୀ ୧୪ ତାରିଖ ଦିନ ଜାମ୍ମୁ ଓ କାଶ୍ମୀରର ପୁଲୱାମା ଜିଲ୍ଲାରେ ସନ୍ତ୍ରାସବାଦୀ ଆକ୍ରମଣରେ ୪୦ଜଣ ସୁରକ୍ଷା ଯବାନଙ୍କ ମୃତ୍ୟୁ ଘଟଣାରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଯଦି ୨୦୧୯ ଅକ୍ଟୋବର ସୁଦ୍ଧା ପାକିସ୍ତାନ ସର୍ତ୍ତ ପୂରଣ ନ କରେ ତାକୁ କଳା ତାଲିକାଭୁକ୍ତ କରାଯିବ। ଏଫ୍‍ଏଟିଏଫ୍‍ ପକ୍ଷରୁ ପ୍ରକାଶିତ ଏକ ବିବୃତ୍ତିରେ କୁହାଯାଇଛି, ଜୈସ୍‍-ଇ-ମହମ୍ମଦ ଓ ଲସ୍କର-ଏ-ତଏବା ଭଳି ଉଗ୍ରବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଣକୁ ନେଇ ପାକିସ୍ତାନ ଏପର୍ୟ୍ୟନ୍ତ ନିଜର ସଠିକ୍‍ ଆଭିମୁଖ୍ୟ ପ୍ରକାଶ କରିବାରେ ଅସମର୍ଥ ରହିଛି। ପାକିସ୍ତାନ ଏହାର ଅପରାଗତା ଦୂର କରିବା ଦିଗରେ ଆନ୍ତରିକତାର ସହ କାର୍ଯ୍ୟ କରିବା ଉଚିତ୍‍ ବୋଲି ଏହି ପ୍ୟାରିସ୍‍ ଭିତ୍ତିକ ସଂସ୍ଥା ଏଫ୍‍ଏଟିଏଫ୍‍. କହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories