www.samajalive.in
Tuesday, December 9, 2025
15.1 C
Bhubaneswar

କ୍ୟାବିନେଟର ବୈଠକ : କାଳିଆ ଛାତ୍ର ବୃତ୍ତି ସମେତ ୨୮ଟି ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ କାଳିଆ ଛାତ୍ର ବୃତ୍ତି,  ସ୍ୱାସ୍ଥ୍ୟ ବିଭାଗର ‘ଖୁସି’ ଯୋଜନା ସମେତ ମୋଟ ୨୮ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । କାଳିଆ ଛାତ୍ର ବୃତ୍ତି ଯୋଜନାରେ ୩୫ଟି ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କୁ ସରକାର ସହାୟତା ଯୋଗାଇ ଦେବେ। ନିକଟରେ ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ର ବୃତ୍ତି ଯୋଜନାର ଶୁଭାରମ୍ଭ କରିଥିଲେ ।

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇ କହିଛନ୍ତି,‘ଖୁସି’ ଯୋଜନାରେ ୫ ବର୍ଷରେ ୪୬୬ କୋଟି ଟଙ୍କା ଖର୍ଚ୍ଚ ହେବ। ମାଗଣାରେ ସ୍କୁଲ ଛାତ୍ରୀଙ୍କୁ ସାନିଟାରି ନାପକିନ୍‍ ବଣ୍ଟନ କରାଯିବ। ‘ଖୁସି’ ଯୋଜନାରେ ରାଜ୍ୟର ମୋଟ ୧୭ ଲକ୍ଷ ୨୫ ହଜାର ଛାତ୍ରୀ ଉପକୃତ ହେବେ । ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସରକାରୀ ସ୍କୁଲ, କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ଛାତ୍ରୀଙ୍କୁ ଏହି ସାନିଟାରି ନାପକିନ୍‍ ବଣ୍ଟନ କରାଯିବ।

- Advertisement -

ସେହିପରି ସ୍ବାସ୍ଥ୍ୟ ବିଭାରେ ୬ ବର୍ଷ କାର୍ଯ୍ୟ କରିଥିବା ଠିକା କର୍ମଚାରୀଙ୍କୁ ନିୟମିତ କରାଯିବା ପ୍ରସ୍ତାବ ମଧ୍ୟ କ୍ୟାବିନେଟର ଅନୁମୋଦନ ଳାଭ କରିଛି। ୧୪୦୯ ଷ୍ଟାଫ ନର୍ସ, ୨୦୫୧ ପୁରୁଷ ସ୍ବାସ୍ଥ୍ୟ କର୍ମୀ ଓ ୫୮୮ ମହିଳା ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟମିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories