www.samajalive.in
Monday, December 8, 2025
13.1 C
Bhubaneswar

ଡି.କେ ଜୈନ୍‌ ବିସିସିଆଇର କୋର୍ଟମିତ୍ର

ନୂଆଦିଲ୍ଲୀ : ବିସିସିଆଇର ଅମ୍ବୁଡ୍ସମ୍ୟାନ୍‌ ବା କୋର୍ଟମିତ୍ର  ଭାବେ  ପୂର୍ବତନ ବିଚାପତି ଡିକେ ଜୈନ୍‌ଙ୍କୁ  ଗୁରୁବାର ସୁପ୍ରିମକୋର୍ଟ ନିଯୁକ୍ତ କରିଛନ୍ତି । ଜଷ୍ଟିସ୍ ଏସ୍‌ଏ ବବ୍‌ଡେ ଓ ଏ ଏମ୍‌ ସାପ୍ରେଙ୍କୁ ନେଇ ଗଠିତ ପୀଠ ଏହି ଘୋଷଣା କରିଥିଲେ। ସବୁପକ୍ଷଙ୍କ ସହ ଆଲୋଚନା କରିବା ପରେ ସର୍ବସମ୍ମତିକ୍ରମେ ଡି.କେ ଜୈନ୍‌ଙ୍କୁ ବିସିସିଆଇ କୋର୍ଟମିତ୍ର ଭାବେ ନିଯୁକ୍ତ କରାଯାଇଥିବା ଜଣାପଡ଼ିଛି । ବିସିସିଆଇର ଅମ୍ବୁଡ୍ସମ୍ୟାନ୍‌ ଭାବେ ୬ଜଣ ପୂର୍ବତନ ବିଚାରପତିଙ୍କ ନାମ ତାଲିକା ସୁପ୍ରିମକୋର୍ଟ ପୀଠରେ ଉପସ୍ଥାପିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଡି.କେ ଜୈନ୍‌ଙ୍କୁ କୋର୍ଟମିତ୍ର ଭାବେ ନିଯୁକ୍ତ କରାଯାଇଥିଲା।
କୋର୍ଟମିତ୍ର  ଭାବେ ଡି .କେ ଜୈନ୍‌ ରାଜ୍ୟ କ୍ରିକେଟ୍‌ ସଂଘର ଖେଳାଳିଙ୍କ ମଧ୍ୟରେ ଦେଖା ଦେଉଥିବା ବିବାଦର ସମାଧାନ କରିବା ସହ ଅର୍ଥନୈତିକ ବ୍ୟାପାର ମାମଲାର ମଧ୍ୟ ସମାଧାନ କରିବା କ୍ଷମତା ପାଇଛନ୍ତି। ସୂଚନାଥାଉକି ଗତବର୍ଷ ଅଗଷ୍ଟ ୯ରେ ବିସିସିଆଇ ନିମନ୍ତେ କୋର୍ଟମିତ୍ର  ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ସ୍ବୀକୃତି ପ୍ରଦାନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories