www.samajalive.in
Monday, December 8, 2025
20.1 C
Bhubaneswar

ପୁଲୱାମା ଆକ୍ରମଣ: ଜୈଶର ନାମ ନେଇ କଡ଼ା ଶବ୍ଦରେ ନିନ୍ଦା କଲା ଜାତିସଂଘ

ନୂଆଦିଲ୍ଲୀ: ପୁଲୱାମାରେ ଆତଙ୍କବାଦୀ ଅତ୍ମଘାତୀ ଆକ୍ରମଣକୁ ପୁଣି କଡ଼ା ଶବ୍ଦରେ ନିନ୍ଦା କରିଛି ମିଳିତ ଜାତିସଂଘ। ଏହି ଆକ୍ରମଣ ପାଇଁ ଜାତିସଂଘ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ(ଜେଇଏମ)ର ନାମ ନେଇ ଏକ ବିବୃତି ଜାରି କରିଛି। ଜାତିସଂଘ ସୁରକ୍ଷା ପରିଷଦରେ ଜୈଶ ମୁଖ୍ୟ ମାସୁଦ ଆଝାରଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା ପ୍ରସ୍ତାବକୁ ଚୀନ ବାରମ୍ବାର ବିରୋଧ କରିଆସୁଥିବାରୁ ଜାତିସଂଘର ଏହି ବିବୃତି ଅତ୍ୟନ୍ତ ଗୁରୁତ୍ଵ ବହନ କରୁଛି।

ମିଳିଥିବା ସୂଚନା ଅନୁସାରେ, ଫ୍ରାନ୍ସ ଜାତିସଂଘରେ ଏହି ବିବୃତି ଜାରି କରିବାରେ ନେତୃତ୍ଵ ନେଇଛି। ଅନ୍ତର୍ଜାତୀୟ ଆଇନ ଏବଂ ସୁରକ୍ଷା ପରିଷଦର ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଅଧୀନରେ ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ଘୋଷଣା ପାଇଁ ଭାରତ ସରକାର ପଦକ୍ଷେପ ନେଇଛନ୍ତି। ତେଣୁ ଏ ଦିଗରେ ଭାରତ ସରକାରଙ୍କୁ ସହ​‌ଯୋଗ କରିବା ଲାଗି ଆମେରିକା, ବ୍ରିଟେନ, ରୁଷ ଏବଂ ଚୀନ ନିକଟରେ ଦାବି କରିଛି ଫ୍ରାନ୍ସ।

- Advertisement -

ଏହି ବିବୃତି ଜାରି ହେବା ପରେ ଚୀନ ତାହାର ପୁରୁଣା ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ କରି ନ ଥିବା ସୂଚନା ମିଳିଛି। ଏହି ଦେଶ ଜାତିସଂଘ ଦ୍ବାରା ବିଶ୍ଵ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ ଜେଇଏମକୁ ଆତଙ୍କବାଦୀ ସଂଗଠନ ବୋଲି ମାନୁଛି। କିନ୍ତୁ ଏହାର ମୁଖ୍ୟ ମାସୁଦଙ୍କୁ ବିଶ୍ଵ ଆତଙ୍କବାଦୀ ତାଲିକାରେ ସାମିଲ କରିବା ପ୍ରସ୍ତାବକୁ ସମର୍ଥନ କରିବାରେ ପଛଘୁଞ୍ଚା ଦେଇଛି।

ଗୁରୁବାର ବିଳମ୍ବିତ ରାତିରେ ଜାରି ହୋଇଥିବା ଏହି ବିବୃତିରେ କୁହାଯାଇଛି ​‌ଯେ, ଜାମ୍ମୁ-କାଶ୍ମୀରର ପୁଲୱାମାରେ ହୋଇଥିବା ଆକ୍ରମଣ ଘଟଣାକୁ ଜାତିସଂଘ ନିନ୍ଦା କରୁଛି। ସୁରକ୍ଷା ପରିଷଦର ସମସ୍ତ ରାଷ୍ଟ୍ର ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଥିବା କୁହାଯାଇଛି। ବିଶ୍ଵ ଶାନ୍ତି ଏବଂ ଅନ୍ତର୍ଜାତୀୟ ସୁରକ୍ଷା କ୍ଷେତ୍ରରେ ଆତଙ୍କବାଦ ବଡ଼ ବିପଦ ବୋଲି ବିବୃତିରେ ଦର୍ଶାଯାଇଛି।

ସୂଚନାଯୋଗ୍ୟ, ପୁଲୱାମା ଆକ୍ରମଣ ପରେ ଚୀନ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଘଟଣାରେ ଦୁଃଖ ପ୍ରକାଶ କରିଥିବା କହିଥିଲେ। ଆକ୍ରମଣ ପାଇଁ ଜୈଶ ସଂଗଠନ ନିଜକୁ ଦାୟୀ କରିଥିଲେ ମଧ୍ୟ ସେ କିନ୍ତୁ ଜୈଶ, ଏହାର ମୁଖ୍ୟ ମାସୁଦ କିମ୍ବା ପାକିସ୍ତାନର ନାମ ନେଇ ନ ଥିଲେ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories