ଭୁବନେଶ୍ବର : ଏମ୍ସ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଏଫ୍ଏମ୍ କଲେଜ ଛାତ୍ରୀଙ୍କୁ ଭେଟିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପରେ ରାଷ୍ଟ୍ରପତି ଆତ୍ମହତ୍ୟା ଉଦ୍ୟମ କରିଥିବା ଚିକିତ୍ସାଧିନ ଛାତ୍ରୀଙ୍କୁ ଭେଟିଛନ୍ତି । ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ୨ ଦିନିଆ ଗସ୍ତରେ ଆସି ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସିଧାସଳଖ ଏମ୍ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ । ଏହି ଉତ୍ସବରୁ ବାହାରିବା ପରେ ରାଷ୍ଟ୍ରପତି ହସ୍ପିଟାଲର ବର୍ଣ୍ଣିଂ ୱାର୍ଡକୁ ଯାଇ ପୀଡ଼ିତା ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ଦେଖିବା ସହ ତାଙ୍କ ପରିବାର ଓ ଡାକ୍ତରୀ ଟିମ୍ ସହ ଆଲୋଚନା କରିଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ହରିଭାଇ କମ୍ଭମପଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
Popular Categories



