www.samajalive.in
Tuesday, December 9, 2025
17.1 C
Bhubaneswar

ଭାରତର ଶକ୍ତ ପଦକ୍ଷେପ; ପାକିସ୍ତାନକୁ ଛାଡ଼ିବନି ୩ ନଦୀର ପାଣି

ନୂଆଦିଲ୍ଲୀ: ପୁଲୱାମା ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ ଆଉ ଗୋଟିଏ ଶକ୍ତ ପଦକ୍ଷେପ ନେଇଛି। ଏଥର ପାକିସ୍ତାନକୁ ୩ ନଦୀର ପାଣି ନ ଛାଡ଼ିବାକୁ ଭାରତ ନିଷ୍ପତ୍ତି ନେଇଛି। ସେହି ନଦୀଗୁଡ଼ିକ ହେଲା ରାବୀ, ବିପାଶା(ବ୍ୟାସ୍‌) ଏବଂ ଶତଦ୍ରୁ(ସତଲେଜ)। ଏକ ସଭାରେ ଉଦବୋଧନ ଦେଇ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ନିତିନ ଗଡ଼କରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ପାକିସ୍ତାନର କୃଷି ଉତ୍ପାଦନ ଏବଂ ଅର୍ଥନୀତି ଉପରେ ବଡ଼ ପ୍ରଭାବ ପକାଇବ।

ସୂଚନା ମୁତାବକ, ଭାରତ ପଟୁ ପୂର୍ବାଞ୍ଚଳରୁ ପାକିସ୍ତାନର ପଞ୍ଜାବ ପ୍ରଦେଶକୁ ୩ଟି ନଦୀର ଜଳ ପ୍ରବାହିତ ହେଉଛି। ଭାରତ ଏହି ନଦୀଗୁଡ଼ିକ ଉପରେ ବନ୍ଧ ବାନ୍ଧି ନଦୀଜଳକୁ ଜାମ୍ମୁ-କାଶ୍ମୀର ଏବଂ ପଞ୍ଜାବକୁ ଯମୁନା ନଦୀ ସହ ସଂଯୋଗ ଜରିଆରେ ବ୍ୟବହାର କରିବ। ଗଡ଼କରୀ କହିଛନ୍ତି ଯେ, ୨୦୧୬ ଉରୀ ଆକ୍ରମଣ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ବିଚାର କରିଆସୁଛନ୍ତି। ଏଥିପାଇଁ ରାବୀ ନଦୀ ଉପରେ ଶାହପୁର-କାଣ୍ଡିଠାରେ ନଦୀବନ୍ଧ ନିର୍ମାଣ ଚାଲିଛି। ୟୁଜେଏଚ ପ୍ରକଳ୍ପ ଦ୍ବାରା ପାରିକୁ ରୋକାଯାଇ ଜାମ୍ମୁ-କାଶ୍ମୀରରେ ବ୍ୟବହାର କରାଯିବ। ବଳକା ପାଣିକୁ ରାବୀ-ବିପାଶା ୨ୟ ନଦୀଜଳ ସଂଯୋଗ ଜରିଆରେ ପଞ୍ଜାବ ଭଳି ଦେଶର ଅନ୍ୟ ତ୍ରିକୋଣଭୂମି ରାଜ୍ୟକୁ ଜଳ ଯୋଗାଇ ଦିଆଯିବ। ସିନ୍ଧୁ ଜଳ ରାଜିନାମା ଅନୁଯାୟୀ, ଭାରତ ରାବୀ, ବିପାଶ ଓ ଶତଦ୍ରୁ ନଦୀର ପାଣିକୁ ପାକିସ୍ତାନ ପଟକୁ ପ୍ରବାହିତ ହେବାକୁ ଅନୁମତି ଦେଇଆସୁଛି। ମାତ୍ର ଭାରତ ସରକାରଙ୍କ ଏହି ନିଷ୍ପତ୍ତି ପାକିସ୍ତାନ ପାଇଁ ମହଙ୍ଗା ପଡ଼ିବ। ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଏହି ଦେଶକୁ ଉଚିତ ଶାସ୍ତି ମିଳିବ ବୋଲି ଆଲୋଚନା ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories