www.samajalive.in
Monday, December 8, 2025
17.1 C
Bhubaneswar

ସରୋଜଙ୍କ ବୃକ୍ଷପ୍ରୀତି – ବାଣ୍ଟୁଛନ୍ତି ଚାରା, ବାଣ୍ଟୁଛନ୍ତି ବାର୍ତ୍ତା

ଲଡୁଗାଁ: ବର୍ତ୍ତମାନ ସମୟରେ ବୃକ୍ଷର କ୍ଷୟ ସମସ୍ତ ମାନବ ସମାଜ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ସରକାରୀ ଓ ବେସରକାରୀସ୍ତରରେ ଏହି ବୃକ୍ଷ ବୃଦ୍ଧି ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ କରାଯାଉଛି। ଏଭଳି ସ୍ଥିତିରେ ଜଣେ ବ୍ୟବସୟୀଙ୍କ ବୃକ୍ଷ ପ୍ରୀତି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ୟବସାୟୀ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁର ସରୋଜ ଚନ୍ଦ୍ର ସାହୁ ।

ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବନ ମହୋତ୍ସବ ସପ୍ତାହ ପାଳନ ହେଉଛି। ଏହି ଅବସରରେ ସରୋଜ ପାଖାପାଖି ୭୦ରୁ ଅଧିକ ଚାରଗଛ ଆଣି  ମାଗଣାରେ ସମସ୍ତଙ୍କୁ ବାଣ୍ଟୁଛନ୍ତି। କେବଳ ଏତିକି ନୁହେଁ ସେ ୧୦୦୦ରୁ ଉର୍ଦ୍ଧ୍ବ ଗଛ ନିଜ ଜନ୍ମଦିନ ତଥା ଅନ୍ୟମାନଙ୍କ ଜନ୍ମଦିନ ମାନଙ୍କରେ ବୃକ୍ଷ ରୋପଣ ଓ ବଣ୍ଟନ କରି ପାଳନ କରିଥାନ୍ତି। ସମସ୍ତଙ୍କୁ ନିଜ ନିଜ ଜନ୍ମଦିନରେ ବୃକ୍ଷ ରୋପଣ କରି ଅନ୍ୟମାନଙ୍କୁ ଗଛ ବାଣ୍ଟିବା ପାଇଁ ବାର୍ତ୍ତା ଦେଇଥାନ୍ତି। ଏହି ବାର୍ତ୍ତା ଆଗକୁ ପ୍ଲାଣ୍ଟିଙ୍ଗ ଚେନ୍ ତିଆରି ହୋଇ ଏହି ଧରା ପୃଷ୍ଠକୁ ସବୁଜ ବନାନୀରେ ପରିଣତ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରିବା ପାଇଁ ସହଯୋଗୀ ହେବ। ଚାରା ଗଛଗୁଡିକୁ ମଧ୍ୟ ଲୋକେ ଆଦର ସହକାରେ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories